ନୂଆଦିଲ୍ଲୀ: ବିଗତ ସାତ ଦିନ ମଧ୍ୟରେ ଦେଶର ୧୪୬ ଜିଲ୍ଲାରେ କୋଭିଡ୍-୧୯ରେ ଆକ୍ରାନ୍ତ ସଂଖ୍ୟା ଶୂନ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଏହାବ୍ୟତୀତ ୧୪ ଦିନରେ ୧୮ ଜିଲ୍ଲା, ୨୧ ଦିନରେ ୬ ଜିଲ୍ଲା ଏବଂ ୨୮ ଦିନରେ ୨୧ ଜିଲ୍ଲାରେ କୋରାନା ଭାଇରସ୍ ସଂକ୍ରମଣର ଗୋଟିଏ ହେଲେ ନୂଆ ମାମଲା ସମ୍ମୁଖକୁ ଆସିନାହିଁ। କୋଭିଡ୍-୧୯କୁ ନେଇ ମନ୍ତ୍ରୀ ସମୂହ (ଜିଓଏମ୍)ର ୨୩ତମ ବୈଠକରେ ଭିଡିଓ କନ୍ଫରେନ୍ସ ଜରିଆରେ ଅଧ୍ୟକ୍ଷତା କରି ହର୍ଷବର୍ଦ୍ଧନ କହିଲେ, ତଥ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ଦେଶରେ ସାଢ଼େ ୧୯ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏବେ ଦେଶରେ ଗୋଟିଏ ଦିନରେ ୧୨ ଲକ୍ଷ ନମୁନା ପରୀକ୍ଷା କରାଯିବାର କ୍ଷମତା ରହିଛି। ଏହି ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ପରିପ୍ରେକ୍ଷୀରେ ଭାରତ କୋଭିଡ୍-୧୯ ଟିକା ତିଆରି କରି ଦେଶ ସମେତ ପଡ଼ୋଶୀ ଦେଶକୁ ମଧ୍ୟ ପଠାଉଛି। ସଚେତନତା ପଦକ୍ଷେପ ସହ ଟିକା ନେବା ପରେ ସଂକ୍ରମଣ ସଂଖ୍ୟା କମୁଛି ଏବଂ ୫ଟି ରାଜ୍ୟକୁ ବାଦଦେଲେ ଅନ୍ୟ ସମସ୍ତ ଅଂଚଳରେ କୋଭିଡ୍ ନିୟନ୍ତ୍ରଣକୁ ଆସିପାରିଛି।
ସପ୍ତାହେ ହେଲା ୧୪୬ ଜିଲ୍ଲାରୁ କୋଭିଡ୍ ଆକ୍ରାନ୍ତ ରିପୋର୍ଟ ଶୂନ
Advertisment
Follow Us