ମାର୍ଚ୍ଚ ୩୧ ପରେ ହଟିବ କୋଭିଡ୍ କଟକଣା

Advertisment
ମାର୍ଚ୍ଚ ୩୧ ପରେ ହଟିବ କୋଭିଡ୍ କଟକଣା

Real Madrid

ନୂଆଦିଲ୍ଲୀ : କୋଭିଡ୍‌-୧୯ର ନିୟନ୍ତ୍ରଣ ପାଇଁ ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେତେ କଟକଣା ଲାଗିଛି, ସେ ସବୁ ମାର୍ଚ୍ଚ ୩୧ ପରେ ଆଉ ରହିବ ନାହିଁ। ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-ନିରାପତ୍ତା ପଦକ୍ଷେପ ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଅଧିନିୟମକୁ ମାର୍ଚ୍ଚ ୩୧ ପରେ ଆଉ ଲାଗୁ କରାଯିବାର ଆବଶ୍ୟକତା ନାହିଁ। ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ଲାଗୁ ରହିବ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଚୀନ୍, ଦକ୍ଷିଣ କୋରିଆ, ଭିଏତନାମ, ଫ୍ରାନ୍ସ ଓ ଜର୍ମାନୀରେ ଓମିକ୍ରନ୍‌ର ବିଏ.୨ ସବ୍‌-ଭାରିଆଣ୍ଟ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ରୋଗକୁ ମୁକାବିଲା କରିବା ପାଇଁ ଭାରତ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ବୁଧବାର ସୁଦ୍ଧା ୧,୮୧,୮୯,୧୫,୨୩୪ ଡୋଜ୍ ଟିକା ଲୋକମାନେ ନେଇସାରିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଆହୁରି ଜୋରଦାର ହେବାରେ ଲାଗିଛି। ବର୍ତ୍ତମାନ ୧୨ରୁ ଊର୍ଦ୍ଧ୍ବ ବୟସ୍କ ପ୍ରତ୍ୟେକ ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଛି। ଦେଶରେ ଗତ ୨୪ ଘଣ୍ଟାରେ ୧୭୭୮ ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ଏହି ସମୟ ମଧ୍ୟରେ ୨୫୪୨ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏବେ ସକ୍ରିୟ ରୋଗୀ ସଂଖ୍ୟା ମାତ୍ର ୨୩ ହଜାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe