ଜୁଲାଇରେ ଶେଷ ହେବ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ, ୬ ମାସ ପରେ ଆସିବ ତୃତୀୟ ପ୍ରବାହ: ସରକାରୀ ପ୍ୟାନେଲ୍‌

Advertisment
ଜୁଲାଇରେ ଶେଷ ହେବ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ, ୬ ମାସ ପରେ ଆସିବ ତୃତୀୟ ପ୍ରବାହ: ସରକାରୀ ପ୍ୟାନେଲ୍‌

Image Courtesy of India Today

ନୂଆଦିଲ୍ଲୀ: ଏବର୍ଷ ଜୁଲାଇ ସୁଦ୍ଧା କୋଭିଡ୍‌-୧୯ ମହାମାରୀର ଦ୍ବିତୀୟ ପ୍ରବାହ ଶେଷ ହେବ ଏବଂ ଏହାର ୬ ରୁ ୮ ମାସ ମଧ୍ୟରେ ତୃତୀୟ ପ୍ରବାହ ଆସିବ ବୋଲି ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟ ଅଧୀନ ‘ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ’ର ତିନିଜଣିଆ ସଦସ୍ୟବିଶିଷ୍ଟ କମିଟି କହିଛି।

‘ସୂତ୍ର’ ମଡେଲ୍‌ ବ୍ୟବହାର କରି ଉକ୍ତ କମିଟିର ବୈଜ୍ଞାନିକମାନେ କହିଛନ୍ତି ଯେ, ମେ ଶେଷ ବେଳକୁ ଦୈନିକ ୧.୫ ଲକ୍ଷ ସଂକ୍ରମଣ ହେବ ଏବଂ ଜୁନ୍‌ ଶେଷ ବେଳକୁ ଦୈନିକ ସଂକ୍ରମଣସଂଖ୍ୟା ହେବ ୨୦, ୦୦୦। (ସୂତ୍ର ମଡେଲ୍‌ ହେଉଛି: ‘ସସ୍‌ପେକ୍ଟିବଲ୍‌, ଅନ୍‌ଡିଟେକ୍‌ଟେଡ୍‌, ଟେଷ୍ଟେଡ୍‌ (ପଜିଟିଭ୍‌) ଆଣ୍ଡ୍‌ ରିମୋଭ୍‌ଡ୍‌ ଆପ୍ରୋଚ୍‌’) ଗତବର୍ଷ ଏହି ମଡେଲ୍‌ ପ୍ରସ୍ତୁତ କରାଯାଇଥିଲା।

ଏହି କମିଟିର ଅନ୍ୟତମ ସଦସ୍ୟ ‘ଆଇଆଇଟି-କାନପୁର’ର ପ୍ରଫେସର ମନୀନ୍ଦ୍ର ଅଗରୱାଲ୍‌ କହିଛନ୍ତି, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ତାନ, କେରଳ, ସିକିମ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଦିଲ୍ଲୀ ଓ ଗୋଆରେ ସଂକ୍ରମଣ ଶୀର୍ଷରେ ପହଞ୍ଚିସାରିଛି।

publive-image Image Courtesy of Mint

ଉପରୋକ୍ତ ମଡେଲ୍‌ ଅନୁସାରେ, ମେ ୨୯ ରୁ ୩୧ ମଧ୍ୟରେ ତାମିଲନାଡୁ ଏବଂ ମେ ୧୯-୨୦ ମଧ୍ୟରେ ପୁଡୁଚେରୀ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ପୂର୍ବ ଏବଂ ଉତ୍ତରପୂର୍ବ ଭାରତର ରାଜ୍ୟ ସବୁ ମଧ୍ୟ ଏ ପର୍ଯ୍ୟନ୍ତ ସଂକ୍ରମଣର ଶୀର୍ଷରେ ପହଞ୍ଚି ନାହାନ୍ତି। ହିମାଚଳ ପ୍ରଦେଶ ମେ ୨୪ ଓ ପଞ୍ଜାବ ମେ ୨୨ରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବାର ସମ୍ଭାବନା ରହିଛି।

ଏହି ମଡେଲ୍‌ ଅନୁସାରେ, ଆଗାମୀ ୬ ରୁ ୮ ମାସ ମଧ୍ୟରେ କୋଭିଡ୍-୧୯ ମହାମାରୀର ତୃତୀୟ ପ୍ରବାହ ଆସିବ। ସେତେବେଳକାର ପ୍ରଭାବ ସାମ୍ପ୍ରତିକ ପ୍ରଭାବ ଭଳି ହୋଇପାରେ। ପ୍ରଫେସର ଅଗ୍ରୱାଲ୍‌ କହନ୍ତି, ସଂକ୍ରମଣ ଆଞ୍ଚଳିକ ସ୍ତରରେ ସୀମିତ ରହିବ। ଟିକାକରଣ ଯୋଗୁଁ ଅନେକ ଲୋକ ପ୍ରଭାବିତ ହେବେନାହିଁ। ଅନ୍ୟୂନ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ତୃତୀୟ ପ୍ରବାହ ଆସି ନ ଥିବ।

ଦେଶରେ ଦ୍ବିତୀୟ ପ୍ରବାହର ପ୍ରଭାବ କେଉଁ ଭଳି ହେବ ତାହା ଆକଳନ କରିବାରେ ବିଫଳ ହୋଇଥିବା କଥା ଉକ୍ତ କମିଟି ସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe