କରୋନା ସ୍ଥିତି ଉଦବେଗଜନକ ହେଉଥିବାରୁ କଏଦୀମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Advertisment
କରୋନା ସ୍ଥିତି ଉଦବେଗଜନକ ହେଉଥିବାରୁ କଏଦୀମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ndtv

ନୂଆଦିଲ୍ଲୀ: କରୋନାଭାଇରସର ଦ୍ଵିତୀୟ ଲହର ଦିନକୁ ଦିନ ଉଦବେଗଜନକ ହେଉଥିବା ବେଳେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଜେଲରେ ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ରାଜ୍ୟମାନଙ୍କୁ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ କହିଛନ୍ତି। ପ୍ରତ୍ୟେକ ରାଜ୍ୟରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ୟାନେଲକୁ ବନ୍ଦୀଙ୍କ ଶ୍ରେଣୀ ନିର୍ଣ୍ଣୟ କରିବାର ଦାୟିତ୍ୱ ଦିଆଯାଇଛି, ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ।

ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ, କୋଭିଡ ପରିସ୍ଥିତି ଉଦବେଗଜନକ ହୋଇଥିବାରୁ ଆମକୁ ଜେଲଗୁଡିକୁ ଖାଲି କରିବାକୁ ପଡିବ। ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ, ସେମାନଙ୍କୁ ମୁକ୍ତ କରାଯିବ |

Final-Year MBBS Students May Be Called For Covid Duty: Government Sources NDTV.com

ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଅଧିକ ଥିବା ସମୟରେ ଜେଲରୁ କିଛି କଏଦୀଙ୍କୁ ମୁକ୍ତ କରାଯାଇଥିଲା | ଜେଲ ଭିତରେ ସଂକ୍ରମଣ ବଢିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ | ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶ ପରେ ଗତ ବର୍ଷ ମାର୍ଚ୍ଚରେ ପ୍ରାୟ ୪୫,୦୦୦ କଏଦୀଙ୍କୁ ମୁକ୍ତ କରାଯାଇଥିଲା। ପାରୋଲ ଅବଧି ଶେଷ ହେବା ପରେ ବନ୍ଦୀମାନେ ପୁଣି ଜେଲକୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe