କୋଭିଡ୍‌: ଇଡି ସମ୍ମୁଖରେ ହାଜର ହେବାକୁ ସୋନିଆ ମାଗିଲେ ଅଧିକ ସମୟ

Advertisment
ସୋନିଆଙ୍କୁ ପୁଣିଥରେ କରୋନା

Image Courtesy: Telegraph

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି। ଏନେଇ କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୋଭଡ୍‌ରେ ପୀଡିତ ଅଛନ୍ତି ଏବଂ କୋଭିଡ୍‌ରୁ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ କରି ନାହାନ୍ତି।

ମଙ୍ଗଳବାର ଦିନ ଦଳୀୟ ସୂତ୍ରରୁ କୁହାଯାଇଛି ଯେ ଗୁରୁବାର ଦିନ ପଜିଟିଭ୍‌ ପରୀକ୍ଷା କରିଥିବା ସୋନିଆ ଗାନ୍ଧୀ ଏପର୍ଯ୍ୟନ୍ତ କୋଭିଡରୁ ଆରୋଗ୍ୟ ଲାଭ କରିନାହାନ୍ତି ଏବଂ ତାଙ୍କର ସର୍ବଶେଷ ରିପୋର୍ଟ କୋଭିଡ୍‌-ନେଗେଟିଭ୍‌ ନୁହେଁ।
ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍‌ଡ ଖବରକାଗଜ ପ୍ରସଙ୍ଗ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଜୁନ୍‌ ୮ ତାରିଖରେ ହାଜର ହେବାକୁ ଇଡି ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରି ଡକାଇଥିଲା। ଏହି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କ ପୁଅ ଏବଂ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜୁନ୍‌ ୨ରେ ଡକାଇଥିଲା।

କିନ୍ତୁ କେରଳର ୱାୟନାଡ ନିର୍ବାଚନମଣ୍ଡଳୀର ଲୋକସଭା ସଦସ୍ୟ ଥିବା ରାହୁଲ ଗାନ୍ଧୀ ଦେଶ ବାହାରେ ଥିବାରୁ ସେ ଇଡି ସମ୍ମୁଖରେ ହାଜର ହେବାକୁ ଏକ ନୂତନ ତାରିଖ ମାଗିଥିଲେ। ପରେ ଫେଡେରାଲ ଏଜେନ୍‌ସି ରାହୁଲ ଗାନ୍ଧୀଙ୍କୁ ଜୁନ୍‌ ୧୩ରେ କେନ୍ଦ୍ରୀୟ ଦିଲ୍ଲୀରେ ଏହାର ମୁଖ୍ୟାଳୟରେ ହାଜର ହେବାକୁ କହିଥିଲେ।

କଂଗ୍ରେସ ନେତାମାନେ ପୂର୍ବରୁ ଦାବି କରିଥିଲେ ଯେ ସୋନିଆ ଗାନ୍ଧୀ ଇଡି ସମ୍ମୁଖରେ ହାଜର ହେବାକୁ ସ୍ଥିର କରିଛନ୍ତି। ଯଦି ସେ କୋଭିଡରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାନ୍ତେ ତେବେ ସେ ଇଡି ସମ୍ମୁଖରେ ହାଜର ହୋଇଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe