Image Courtesy of WBUR
ୱାସିଂଟନ୍: ବିଭିନ୍ନ ସହରର ବାଟଘାଟରେ କାଁ ଭାଁ ସାଣ୍ଟା କ୍ଲଜ୍ ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଥିବାରୁ ଚଳିତ ବର୍ଷ ଆମେରିକାରେ ବଡ଼ଦିନ ଦୃଶ୍ୟ ଭିନ୍ନ ପ୍ରକାର ଦେଖାଯାଉଛି।
ରାସ୍ତାଘାଟରୁ ସାନ୍ତାଙ୍କ ସଂଖ୍ୟା କମିଯିବାର କାରଣ ହେଉଛି, ହଠାତ୍ କରୋନାଭାଇରସ୍ର ଦ୍ରୁତ ସଂକ୍ରମଣ ବୃଦ୍ଧିଜିନିତ ମଲ୍ ବନ୍ଦ ଏବଂ କିଛି ସାଣ୍ଟାଙ୍କର ଅସୁସ୍ଥତା ଏବଂ ଦେହାନ୍ତ।
ଯୁକ୍ତରାଷ୍ଟ୍ର ଆମେରିକାରେ ସାଣ୍ଟାମାନଙ୍କ ପ୍ରତିନିଧିତ୍ବ କରୁଥିବା ସଂସ୍ଥାନ ‘ଦି ଇଣ୍ଟର୍ନ୍ୟାସ୍ନାଲ୍ ବ୍ରଦର୍ହୁଡ୍ ଅଫ୍ ରିୟଲ୍ ବିୟର୍ଡଡେଡ୍ ସାଣ୍ଟାଜ୍’ (ଆଇବିଆର୍ବିଏସ୍) କହିଛି ଯେ, ଚଳିତ ବର୍ଷ ତାଙ୍କ ସଂଘର ୫୫ଜଣ ସାନ୍ତାଙ୍କର ଦେହାନ୍ତ ହୋଇଯାଇଛି।
ଅନ୍ୟାନ୍ୟ ସାଣ୍ଟା ସଙ୍ଗଠନ ମଧ୍ୟ କୋଭିଡ୍-୧୯ ଓ ବାର୍ଦ୍ଧକ୍ୟଜନିତ ସାଣ୍ଟା ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ‘ସାଣ୍ଟାଜ୍ ଲାଷ୍ଟ୍ ରାଇଡ୍’ର ସଂସ୍ଥାପକ କାର୍ଲୋ କ୍ଲେମ୍ କହନ୍ତି ଯେ, ତାଙ୍କ ଜାଣନ୍ତରେ ଚଳିତ ବର୍ଷ ୩୩୦ଜଣ ସାଣ୍ଟାଙ୍କର ମୃତ୍ୟୁ ଘଟିଛି।
Image Courtesy of India Today‘ଆଇବିଆର୍ବିଏସ୍’ର ସଂସ୍ଥାପକ ଷ୍ଟିଫେନ୍ ଆର୍ନୋଲ୍ଡ୍ କହନ୍ତି, ତାଙ୍କ ପ୍ରତିଷ୍ଠାନର ୧,୯୦୦ ସାଣ୍ଟା କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସାଧାରଣତଃ, ସାଣ୍ଟା ଏବଂ ମିସେସ୍ କ୍ଲଜ୍ମାନେ ପୃଥୁଳ ବ୍ୟକ୍ତି ଅଟନ୍ତି। ତେଣୁ, ସେମାନଙ୍କ ମଧ୍ୟରୁ ଅନେକ ମଧୁମେହ, ହୃଦ୍ରୋଗ, ବୃକ୍କ ରୋଗ ସମେତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି।
ତାଙ୍କ କହିବା ଅନୁସାରେ, କୋଭିଡ୍-୧୯ ଯୋଗୁଁ ସାଣ୍ଟାମାନଙ୍କ ମୃତ୍ୟୁହାର ବୃଦ୍ଧି ପାଇଛି।
ଗୁଡ଼ାଏ ବାତିଲ ସତ୍ତ୍ବେ ୨୦୨୧ରେ ସାଣ୍ଟାଙ୍କ ଚାହିଦା ୨୦% ବୃଦ୍ଧି ପାଇଥିବା କଥା ‘ଆଇବିଆର୍ବିଏସ୍’ ଏବଂ ଅନ୍ୟ ସଂଘମାନେ କହିଛନ୍ତି।
‘ଦି ମଲ୍ ଅଫ୍ ଆମେରିକା’ରେ ‘ସାଣ୍ଟା ଏକ୍ସ୍ପେରିଏନ୍ସ୍’ ସଂସ୍ଥାପକ ଲାଣ୍ଡୋ ଲୁଥର୍ କହନ୍ତି, କିନ୍ତୁ, ଆଗ ଭଳି ଆଉ ରାସ୍ତାଘାଟକୁ ଯିବାକୁ ଆମର କୌଣସି ସାଣ୍ଟାଙ୍କର ଆଗ୍ରହ ନାହିଁ। ଲୋକେ ସେମାନଙ୍କ ଉପରେ ଛେପ ପକାନ୍ତୁ, କି ପରିସ୍ରା କରନ୍ତୁ, ସେଥିପ୍ରତି ସେମାନଙ୍କର ଖାତର ନ ଥାଏ। କିନ୍ତୁ, ସେମାନେ କୋଭିଡ୍-୧୯ ପ୍ରତି ଭୟଭୀତ ହୋଇପଡ଼ିଛନ୍ତି।
Follow Us