ନୂଆଦିଲ୍ଲୀ: କୋଭିଡ୍ ସଂକ୍ରାନ୍ତ ଗବେଷଣାରେ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଏକ ବଡ଼ ସଫଳତା ହାସଲ କରିଛି। ଏହା କୋଭିଡ୍ର ଆର୍ଟି-ପିସିଆର୍ ପରୀକ୍ଷଣ ପାଇଁ ଏପରି ଏକ ପଦ୍ଧତି ବିକଶିତ କରିଛି ଯେଉଁଥିରେ ୩ ଘଣ୍ଟା ଭିତରେ ହିଁ ଫଳାଫଳ ବାହାରି ପାରିବ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ପରୀକ୍ଷଣ ନମୁନା ସ୍ବରୂପ ନାକ ବା ଗଳାରୁ ଆଉ ଲାଳ ବା ସ୍ବାବ୍ ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ତାହା ପରିବର୍ତ୍ତେ ଏକ ପରୀକ୍ଷା ନଳୀରେ ଥିବା ଅମ୍ଳୀୟ ଜଳକୁ ଜଣେ ୧୫ ସେକେଣ୍ଡ୍ ଯାଏ ପାଟିରେ କୁଳୁକୁଳୁ କରି ଉକ୍ତ କୁଳୁକୁଞ୍ଚା ଜଳକୁ ହିଁ ନମୁନା ଭାବେ ବ୍ୟବହାର କରାଯିବ।
ଏହି ପ୍ରକ୍ରିୟାକୁ ଏକ ଉଲ୍ଲେଖନୀୟ ଆବିଷ୍କାର ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ବର୍ଷବର୍ଦ୍ଧନ ଅଭିହିତ କରିଛନ୍ତି। ଏହି ଲାଳମୁକ୍ତ ତଥା ପୀଡ଼ା ରହିତ ପ୍ରକ୍ରିୟା କୋଭିଡ୍ ପରୀକ୍ଷଣର ମୋଡ଼ ବଦଳାଇଦେବ ବୋଲି ସେ କହିଛନ୍ତି। କୁଳୁକୁଞ୍ଚା କରିବା ଏକ ସୁବିଧାଜନକ ଉପାୟ ହୋଇଥିବାରୁ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ନାହିଁ। ଏଥି ସହିତ ସହଜ ପ୍ରକ୍ରିୟା ଯୋଗୁଁ ଏହା ରୋଗୀଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ହେବା ସହ ପୂର୍ବର ସ୍ବାବ୍ ସଂଗ୍ରହ ବେଳେ ଦରକାର ପଡୁଥିବା ବ୍ୟୟସାପେକ୍ଷ ପିପିଇ ସରଞ୍ଜାମର ମଧ୍ୟ ଆବଶ୍ୟକତା ନାହିଁ ବୋଲି ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକ ଡା. କୃଷ୍ଣା କୈମାର କହିଛନ୍ତି।
Follow Us