ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହେଲାଣି ତୃତୀୟ ଲହର: ମହାରାଷ୍ଟ୍ର ଟାସ୍କ ଫୋର୍ସ

Advertisment
ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହେଲାଣି ତୃତୀୟ ଲହର: ମହାରାଷ୍ଟ୍ର ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ପୂର୍ବରୁ ଫେବ୍ରୁଆରି ମାସରେ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି କୁହାଯାଉଥିଲା। ଏବେ ତାହା ସତ ପ୍ରମାଣ ହେଉଥିବା ଦେଖାଯାଇଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଏବଂ ମୁମ୍ବାଇରେ ଗତ କିଛି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଛି। ଏହାକୁ ଦେଖି ଦିଲ୍ଲୀ ଓ ମୁମ୍ବାଇରେ ତୃତୀୟ ଲହର ଆସିଥିବା କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ।

ଦିଲ୍ଲୀ ଓ ମୁମ୍ବାଇର କିଛି କିଛି ସ୍ଥାନରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର ଟାସ୍କ ଫୋର୍ସ କହିଛି। ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି ତାହା ଓମିକ୍ରନ ପାଇଁ ହେଉଥିବା ସୂଚାଉଛି। କିନ୍ତୁ ସଂକ୍ରମଣ ବଢ଼ିବାରେ ଓମିକ୍ରନ କେତେ ଦୂର ଦାୟୀ, ତାହା ଜାଣିବା ପାଇଁ ଆମେ ଜିନୋମ ସିକ୍ୱେନ୍ସିଂ ରିପୋର୍ଟକୁ ଅପେକ୍ଷା କରିଛୁ। ବର୍ତ୍ତମାନ ଏହା ଡେଲଟା ଏବଂ ଓମିକ୍ରନର ମିଶ୍ରଣ ପରି ଦେଖାଯାଉଛି ବୋଲି ଡାକ୍ତର ରାହୁଲ ପଣ୍ଡିତ ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

On Thursday, Mumbai recorded 2,510 new Covid-19 cases. (Image for representation: PTI) indiatoday

ଏହା ସହ ସେ କହିଛନ୍ତି ଯେ, ଜଣେ ଡାକ୍ତର ଭାବରେ, ମୁଁ ପରାମର୍ଶ ଦେବି ଯେ ଲୋକମାନେ କରୋନା କଟକଣା ମାନିବା ଆବଶ୍ୟକ ଏବଂ ଯଦି ସେମାନେ ଲକ୍ଷଣ ଅନୁଭବ କରନ୍ତି ତେବେ ନିଜର ପରୀକ୍ଷା କରାଇନେବା ଉଚିତ। ଲୋକେ ସତର୍କ ହେଲେ ହିଁ ଲକଡାଉନ ହେବାର ଆଶଙ୍କା କମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe