ପିଲାଙ୍କ ଠାରେ କରୋନାଭାଇରସ୍‌ ସଂକ୍ରମଣର ନୂଆ ଲକ୍ଷଣ: ‘କୋଭିଡ୍ ଟୋଜ୍‌’

Advertisment
ପିଲାଙ୍କ ଠାରେ କରୋନାଭାଇରସ୍‌ ସଂକ୍ରମଣର ନୂଆ ଲକ୍ଷଣ: ‘କୋଭିଡ୍ ଟୋଜ୍‌’

ନୂଆଦିଲ୍ଲୀ: ଇଉରୋପ୍ ଏବଂ ଆମେରିକାର ଚର୍ମରୋଗ ବିଶେଷଜ୍ଞମାନେ ଶିଶୁ ଏବଂ ତରୁଣଙ୍କ ଠାରେ କୋଭିଡ୍-୧୯ ସଂକ୍ରମଣର ଏକ ନୂଆ ଲକ୍ଷଣ ଦେଖିଛନ୍ତି। ସେ ଲକ୍ଷଣଟି ହେଉଛି ଗୋଡ଼ଆଙ୍ଗୁଠି ଓ ପାଦରେ ପ୍ରଦାହ ହୋଇ ବିବର୍ଣ୍ଣ ଦିଶିବା।

ଇଟାଲିର କେତେକ ଚର୍ମରୋଗ ବିଶେଷଜ୍ଞ ଗତ ମାର୍ଚ ମାସରେ କୋରୋନାଭାଇରସ୍ ଦ୍ବାରା ସଂକ୍ରମିତ ପିଲାଙ୍କ ଠାରେ ଏକଥା ଲକ୍ଷ୍ୟ କରିଥିଲେ। ଅତିରିକ୍ତ ହେମାଳ ଯୋଗୁଁ ଦେହର କେତେକ ଅଂଶ ନାଲିଚିଆ ପଡ଼ିଯିବା ଭଳି ସମ୍ପୃକ୍ତ ପିଲାମାନଙ୍କର ଫୁଲିଯାଇଥିବା ଗୋଡ଼ ଆଙ୍ଗୁଠି ସବୁ ଦିଶୁଥିଲା। କିନ୍ତୁ, ଏହି ପିଲାମାନଙ୍କ ଠାରେ ପୂର୍ବରୁ ଜଣାଥିବା କରୋନାଭାଇରସ୍‌ର କୌଣସି ଲକ୍ଷଣ ବାହାରି ନ ଥିଲା।

publive-image Image Source: MSN

ଚର୍ମରୋଗ ବିଶେଷଜ୍ଞମାନେ ଏହାର ନାଁ ଦେଇଛନ୍ତି ‘କୋଭିଡ୍ ଟୋଜ୍’ ବା ‘କୋଭିଡ୍ ପଦାଙ୍ଗୁଠି’। ଡାକ୍ତରଙ୍କ କହିବାନୁସାରେ, କୋଭିଡ୍ ସଂକ୍ରମଣ ଯୋଗୁଁ ମାନବ ଶରୀରରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ବଢ଼ିଯାଏ। ତେଣୁ ଆଙ୍ଗୁଠିରେ ସୃଷ୍ଟି ହେଉଥିବା ପ୍ରଦାହ କ୍ଷୁଦ୍ର ରକ୍ତବାହୀ ଶିରାରେ ଅବରୋଧ କାରଣରୁ ହେଉଥାଇ ପାରେ।

publive-image Image Source: India Today

ଏବେ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ୍‌ରେ ମଧ୍ୟ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ପିଲା ଓ ତରୁଣଙ୍କ ଠାରେ ଏହି ଲକ୍ଷଣ ପ୍ରକାଶ ପାଇଛି। ତେଣୁ ‘କୋଭିଡ୍ ଟୋଜ୍‌’ରେ ପୀଡ଼ିତ ପିଲାମାନଙ୍କର ‌କରୋନାଭାଇରସ୍ ପରୀକ୍ଷା କରାଇବାକୁ ଆମେରିକାର ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe