୨୪ଘଣ୍ଟାରେ ୧୦୦୦ପାର କଲା ମୃତ୍ୟୁ ସଂଖ୍ୟା, ୬୨,୦୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
୨୪ଘଣ୍ଟାରେ ୧୦୦୦ପାର କଲା ମୃତ୍ୟୁ ସଂଖ୍ୟା, ୬୨,୦୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଅଗଷ୍ଟ ୧୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୨,୧୫,୦୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି କରୋନା ଭୂତାଣୁ ଦ୍ବାରା କବଳିତ ହୋଇ ୨୪ଘଣ୍ଟାରେ ୬୨,୦୬୪ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଥିବା ବେଳେ ଆଜି ଏହି ସଂଖ୍ୟା କମ ରହିଛି।

publive-image

ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩୫୭୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୪୩୮୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୨,୦୬୪ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୪୯୪୫ ରହିଛି। ତେବେ ୨୪ ଘଣ୍ଟାରେ ୧୦୦୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ହେବ ଏହି ସଂଖ୍ୟା ୯୦୦ ଭିତରେ ରହିଥିବା ବେଳେ ଆଜି ପୁଣି ଥରେ ୧୦୦୦ ପାର୍ କରିଛି।

Weekly Update: Global Coronavirus Impact and Implications Counterpoint Research

ଗତକାଲି ସମଗ୍ର ଦେଶରେ ୬୪,୩୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହା ଦ୍ବାରା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୦ଦନ ପହଞ୍ଚିଥିଲା। ଏହା ସହ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୦୮୮୪ ଜଣ ସୁସ୍ଥ ହୋଇଥିଲେ ଏବଂ ବାକି ୪୩୩୭୯ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୪,୪୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଥିଲା। ୨୪ ଘଣ୍ଟାରେ ୮୬୧ଆକ୍ରାନ୍ତ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe