କମିଲା ସଂକ୍ରମଣ; ଦେଶରେ ୨୪ ଘଣ୍ଟାରେ ୧୪,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
କମିଲା ସଂକ୍ରମଣ; ଦେଶରେ ୨୪ ଘଣ୍ଟାରେ ୧୪,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସାମନ୍ୟା ହ୍ରାସ ପାଇଛି। ଜୁଲାଇ ୧୬ ତାରିଖ ସକାଳ ସୁଦ୍ଧା ଦେଶରେ ୧୪,୮୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୬,୮୬୬। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି ୪୧ ଥିବା ବେଳେ ଆଜି ୩୬ ରେକର୍ଡ ହୋଇଛି।

ନୂଆ କରି ସୁସ୍ଥ ହୋଇଛନ୍ତି ୧୮,୧୫୯ ଜଣ। ଏବେ ବି ସକ୍ରିୟ ଅଛନ୍ତି ୧,୪୭,୫୧୨ ସଂକ୍ରମିତ। ଦୈନିକ ପଜିଟିଭ୍‌ ହାର ୩.୪୮% ବୋଲି ସୂଚନା ରହିଛି। ନୂତନ ୩୬ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୫୨୬,୧୧୦ରେ ପହଞ୍ଚିଛି। ଜାତୀୟ କରୋନା ସୁସ୍ଥ ହାର ରହିଛି ୯୮.୪୭ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe