ବର୍ଷେ ପର୍ଯ୍ୟନ୍ତ ଚାଲିପାରେ କରୋନାଭାଇରସ୍ ଟିକାକରଣ

Advertisment
ଟିକାକରଣ ଆରମ୍ଭ ହେବାର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ ଆସିପାରେ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ

Image Courtesy of The Economic Times

ନୂଆଦିଲ୍ଲୀ: ‌କରୋନାଭାଇରସ୍ ଟିକା ବଣ୍ଟନ ଲାଗି ସମନ୍ବୟ କମିଟି ଗଠନ କରିବା ବିଷୟରେ ରାଜ୍ୟମାନଙ୍କୁ ପରାମର୍ଶ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଟିକାକରଣ ଅଭିଯାନ ବର୍ଷେରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରେ। ସ୍ବାସ୍ଥ୍ୟ ସେବା କର୍ମୀଙ୍କ ଠାରୁ ଆରମ୍ଭ କରି ଏହି ଅଭିଯାନରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯିବ। ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଆସୁଥିବା ଭୁଲ୍‌ ସୂଚନା ପ୍ରତି ମଧ୍ୟ ରାଜ୍ୟ ସରକାରମାନେ ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି, ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ସେବା କର୍ମୀଙ୍କ ଠାରୁ ଆରମ୍ଭ କରି ଏକାଧିକ ବର୍ଗଙ୍କୁ ସାମିଲ କରାଯାଉଥିବାରୁ କୋଭିଡ୍-୧୯ ଟିକାକରଣ ଅଭିଯାନ ବର୍ଷେରୁ ଅଧିକ ଦିନ ଚାଲିବାର ସମ୍ଭାବନା ରହିଛି। ତେଣୁ, କୋଭିଡ୍‌-୧୯ ଟିକା ପ୍ରଦାନ ପ୍ରକ୍ରିୟାର ତଦାରଖ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ସମନ୍ବୟ ରକ୍ଷା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଏଥିଯୋଗୁଁ ଅନ୍ୟାନ୍ୟ ଟିକାକରଣ ଏବଂ ନିୟମିତ ସ୍ବାସ୍ଥ୍ୟ ସେବା ଯଥା ସମ୍ଭବ କମ୍ ବାଧାପ୍ରାପ୍ତ ହେବା ନିମନ୍ତେ ରାଜ୍ୟ ଓ ଜିଲ୍ଲା କର୍ତ୍ତୃପକ୍ଷ ସୁନିଶ୍ଚିତ ରହିବା ଉଚିତ।

publive-image Image Courtesy of ET HealthWorld

ଏହାଛଡ଼ା, କରୋନାଭାଇରସ୍ ଟିକାକରଣ ସଂକ୍ରାନ୍ତ ଗୁଜବ ପ୍ରସାରଣ ରୋକିବା ନିମନ୍ତେ ସାମାଜିକ ଗଣମାଧ୍ୟଗୁଡ଼ିକୁ ଆଗୁଆ ଟ୍ରାକିଙ୍ଗ୍‌ କରିବା ଉପରେ ରାଜ୍ୟ ସରକାରମାନେ ଗୁରୁତ୍ବ ଦେବା ଆବଶ୍ୟକ। ଟିକାକରଣ ଅଭିଯାନକୁ ବିଭିନ୍ନ ଗୁଜବ ପ୍ରଭାବିତ କରିପାରେ। ଅଧିକ ଚାହିଦା ଥିବାରୁ ପ୍ରାରମ୍ଭିକ ସମୟରେ ଟିକା ଯୋଗାଣ ସୀମିତ ରହିବ ବୋଲି ଆଶା କରାଯାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଏକ ପତ୍ରରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମନ୍ବୟ କମିଟି ଗଠନ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ‘ରାଜ୍ୟ ଷ୍ଟିଅରିଙ୍ଗ୍‌ କମିଟି’, ଅତିରିକ୍ତ ମୁଖ୍ୟ ସଚିବ କିଂବା ପ୍ରଧାନ ସ୍ବାସ୍ଥ୍ୟ ସଚିବଙ୍କ ନେତୃତ୍ବରେ ‘ରାଜ୍ୟ ଟାସ୍କ୍‌ କମିଟି’ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନେତୃତ୍ବରେ ‘ଜିଲ୍ଲା ଟାସ୍କ୍‌ ଫୋର୍ସ’ ଗଠନ କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe