ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଅକ୍ସଫୋର୍ଡ କରୋନାଭାଇରସ୍ ଟିକା: ଅଦର ପୁନାୱାଲା

ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଅକ୍ସଫୋର୍ଡ କରୋନାଭାଇରସ୍ ଟିକା: ଅଦର ପୁନାୱାଲା

ନୂଆଦିଲ୍ଲୀ: ଭାରତର ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌’ ଉତ୍ପାଦିତ ଅକ୍ସଫୋର୍ଡ କରୋନାଭାଇରସ୍ ଟିକା ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଓ ୨୦୨୧ ଦ୍ବିତୀୟ କିଂବା ତୃତୀୟ ‘ତିନିମାସ’ ସୁଦ୍ଧା ପ୍ରଥମ ବ୍ୟାଚ୍ର ୧୦୦ ନିୟୁତ ଡୋଜ୍ ମିଳିଯିବ ବୋଲି ବୁଧବାର ଦିନ ଏହାର ମୁଖ୍ୟ ଅଦର ପୁନାୱାଲା ଗଣମାଧ୍ୟମକୁ କହିଛନ୍ତି।

ପୁନାୱାଲା କହିଛନ୍ତି, ଯଦି ଆମେ ଜରୁରୀକାଳୀନ ଲାଇସେନ୍‌ସ୍‌ ନ ଆଣୁ, ଡିସେମ୍ବର ସୁଦ୍ଧା ଆମର ପରୀକ୍ଷା ଶେଷ ହୋଇଯିବ। ତା’ପରେ ଆମେ ହୁଏ ତ ଜାନୁଆରିରେ ଭାରତରେ ଟିକା ଲଞ୍ଚ୍‌ କରିପାରୁ। ସେତେବେଳକୁ ଇଂଲଣ୍ଡ୍‌ରେ ମଧ୍ୟ ଏହି ଟିକା ପରୀକ୍ଷା ଶେଷ ହୋଇଥିବ।

ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଇଂଲଣ୍ଡ୍‌ ‌ତାହାର ଅଧ୍ୟୟନ ପ୍ରକାଶ କରି ତଥ୍ୟ ସେୟାର୍‌ କ‌ରେ ଓ ଟିକା ନିରାପଦ ବୋଲି ସୁନିଶ୍ଚିତ ‌କରି କହେ, ଭାରତ ସରକାର ଚାହିଁଲେ, ଆମେ ମଧ୍ୟ ଦୁଇ ସପ୍ତାହ ପରେ ଜରୁରୀକାଳୀନ ଲାଇସେନ୍‌ସ୍ ପାଇଁ ଭାରତୀୟ ନିୟନ୍ତ୍ରକଙ୍କୁ ଆବେଦନ କରିବୁ।

publive-image Image Courtesy of The Wire

ମୋର ମନେହୁଏ, ଟିକା ଅଧ୍ୟୟନ ସମୀକ୍ଷା କରିବାକୁ ପ୍ରାୟ ଦୁଇ ତିନି ସପ୍ତାହ ଲାଗିବ। ତା’ପରେ ଡିସେମ୍ବର ସୁଦ୍ଧା ଟିକା ମିଳିଯିବ। କିନ୍ତୁ, ଟିକା ମିଳିବା ନ ମିଳିବା ମୋ ଉପରେ ନୁହେଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।

ଟିକା ଉତ୍ପାଦନ ପ୍ରସଙ୍ଗରେ ସେ କହିଲେ ଯେ, ପ୍ରଥମେ ଆମେ ୧୦୦ ନିୟୁତ ଡୋଜ୍ ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ତାହା ୨୦୨୧ ଦ୍ବିତୀୟ କିଂବା ତୃତୀୟ ‘ତିନିମାସ’ ମଧ୍ୟରେ ମିଳିଯିବ।

ଅକ୍ସଫୋର୍ଡ ଟିକାର ନିରାପତ୍ତା ବିଷୟରେ ଏବେ କୌଣସି ଚିନ୍ତାର ବିଷୟ ନାହିଁ ବୋଲି ସେ କହିଛନ୍ତି। ପ୍ରାରମ୍ଭିକ ପରୀକ୍ଷାରୁ ସବୁ ସକାରାତ୍ମକ ସୂଚନା ମିଳିଥିଲେ ମଧ୍ୟ ଏହାର ଦୀର୍ଘକାଳୀନ ସୁଫଳ ବିଷୟରେ ନିଶ୍ଚିନ୍ତ ହେବାକୁ ବର୍ଷେ ଦୁଇ ବର୍ଷ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe