The Economic Times
ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଏହାର ମୁକାବିଲା ପାଇଁ ଭାରତୀୟ ଫାର୍ମା କମ୍ପାନିମାନେ ଟିକା ପ୍ରସ୍ତୁତି ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଦେଶର ୧୪ଟି ବଡ଼ ହସ୍ପିଟାଲରେ ଭାରତୀୟ ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟା ୯୦ ଦିନରେ ସଂପୂର୍ଣ୍ଣ ହେବ। ଏଥିରେ ଦିଲ୍ଲୀର ଏମ୍ସ ହସ୍ପିଟାଲ ସମେତ ବେଙ୍ଗାଲୁରୁ, ଚେନ୍ନାଇ, କାନପୁର, ପାଟନା, ଗୋଆ ଏବଂ ଭୁବନେଶ୍ବରର ହସ୍ପିଟାଲ ସାମିଲ ଅଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଟ୍ବିଟ୍ କରି କହିଛନ୍ତି ଯେ ସ୍ବଦେଶୀ ନିର୍ମିତ କରୋନା ଟିକାର ମାନବ ପରୀକ୍ଷଣ ସଫଳତାର ସହ ଜାରି ରହିଛି। କୋଭିଡ୍ ୧୯ ବିରୋଧରେ ଭାରତର ଲଢ଼େଇ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଆମେ ଖୁବ୍ଶୀଘ୍ର ଏହି ମହାମାରୀ ଉପରେ ସଂପୂର୍ଣ୍ଣ ବିଜୟ ହାସଲ କରିପାରିବା ବୋଲି ହର୍ଷବର୍ଦ୍ଧନ କହିଛନ୍ତି।
ହାଇଦ୍ରାବାଦ ସ୍ଥିତ ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍ ଇଣ୍ଟରନାସନାଲ୍ ଲି. ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ୍ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଗତ ୧୫ ତାରିଖରୁ ବିହାରର ପାଟନା ଏମ୍ସରେ ଆରମ୍ଭ ହୋଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଏବଂ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ(ଏନ୍ଆଇଭି)ର ମିଳିତ ସହଯୋଗରେ ବିକଶିତ ଏହି ଟିକାର ମାନବୀୟ ପରୀକ୍ଷଣ ପାଇଁ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି।
Follow Us