ସେପ୍‌ଟେମ୍ବରରେ ଆସିପାରେ ଟିକା, ଅକ୍ସଫୋର୍ଡ ମାନବ ପରୀକ୍ଷଣରେ ସଫଳତା

Advertisment
ସେପ୍‌ଟେମ୍ବରରେ ଆସିପାରେ ଟିକା, ଅକ୍ସଫୋର୍ଡ ମାନବ ପରୀକ୍ଷଣରେ ସଫଳତା

Livemint

ଲଣ୍ଡନ : କରୋନା ଭାଇରସ୍‌ର ମୁକାବିଲା ଲାଗି ସାରା ବିଶ୍ବ ଲାଗି ପଡ଼ିଛି। ହଜାର ହଜାର ଡାକ୍ତର ଓ ମେଡିକାଲ ବିଶେଷଜ୍ଞ ଦିନରାତି ଏହି କାମରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଭଲ ଖବର ଆସିଛି। କୋଭିଟ୍ ଟିକା ଲାଗି ବିଶ୍ବବିଦ୍ୟାଳ‌ୟରେ ଚାଲିଥିବା ଗବେଷଣାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଏଥିପାଇଁ ଚାଲିଥିବା ମାନବ ପରୀକ୍ଷଣରେ ସଫଳତା ମିଳିଥିବ‌ାର ଖବର ମିଳିଛି। ଏହି ଟିକା କୋଭିଡ୍ ଭୂତାଣୁ ସହ ଲଢ଼ିବା ଲାଗି ମଷିଷ ଶରୀ‌ରରେ ସୁରକ୍ଷା ବ୍ୟବସ୍ଥା (ଇମ୍ୟୁନ୍ ସିଷ୍ଟମ)କୁ ମଜବୁତ କରିବା ସହିତ ଭୂତାଣୁକୁ ମାରିବାରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି। ବର୍ତମାନ ସୁଦ୍ଧା ଏକ ହଜାର ୭୭ ଲୋକଙ୍କ ଦେହ‌େର ଏହାର ପରୀକ୍ଷା କରାଯାଇ ସାରିଛି। ଏଥି‌େର ସଫଳତା ମିଳିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହି ଗବେଷଣାରେ ସାମିଲ ଥିବା ୟୁନିଭର୍ସିଟିର ଜଣେ ପ୍ରଫେସର କହିଛନ୍ତି ଯେ ଏହି ଟିକା ମଣିଷ ଶରୀରରେ ଆଣ୍ଟିବଡିଜ୍ ସ୍ତରକୁ ବୃଦ୍ଧି କରାଇବାରେ ମଧ୍ୟ ସହାୟକ ହେଉଛି। ଟିକାର ପରୀକ୍ଷା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟ‌େର ଅଛି। ପରୀକ୍ଷା ଫଳ ସକରାତ୍ମକ ଥିଲେ ମଧ୍ୟ ଏହାର ପ୍ରସ୍ତୁତି କେବେ ଆରମ୍ଭ ହେବ ତାହା ଏବେ ଠାରୁ କହିହେବ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପରେ ଯାଇ ଏହା ବଜାରକୁ ଆସିବ। ତେବେ ଏଥିଲାଗି ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଆସନ୍ତା ସେପଟେମ୍ବର ମାସରେ ଏହା ଆସିପାରେ ବୋଲି କୁହାଯାଉଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂତ୍ରରୁ ଜଣାପଡ଼ିଛି ଯେ ଏବେ ବିଶ୍ବର ବିଭିନ୍ନ ଭାଗରେ ୧୬୦ଟି କୋଭିଟ୍ ଟିକାର ବିକାଶ ବିଭିନ୍ନ ପର୍ଯ୍ୟାୟ‌େର ରହିଛି। ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି ସେମାନଙ୍କ ମଧ୍ୟରେ ଅଗ୍ରଣୀ ଅଛି। ଅନ୍ୟମ‌ାନେ ମଧ୍ୟ ତୁରନ୍ତ ଏଥିରେ ସାମିଲ ‌ହେଲେ ବିଶ୍ବବାସୀଙ୍କୁ ଆଶ୍ବସ୍ତି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe