ଔଷଧ ଦୋକାନରେ ମିଳିବନି କୋଭିଡ୍‌ ଟିକା

Advertisment
ଟିକା ଟେଣ୍ଡର ଅବଧି ଘୁଞ୍ଚିଲା

The Economic Times

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ କୋଭିଡ୍‌ ଟିକାଗୁଡ଼ିକ ଆସନ୍ତା ପହିଲାରୁ ଖୋଲା ବଜାରରେ ବିକ୍ରି ପାଇଁ ଉପଲବ୍‌ଧ ହେବ ବୋଲି ସରକାର ଘୋଷଣା କରିଥିବା ବେଳେ ସେଗୁଡ଼ିକ କୌଣସି ଔଷଧ ଦୋକାନ ବା ଔଷଧ ଗୋଦାମରେ ମିଳିବ ନାହିଁ ବୋଲି ଜଣାଯାଇଛି। କେବଳ ଡାକ୍ତରଖାନା ଓ ମଞ୍ଜୁରିପ୍ରାପ୍ତ ଟିକାଦାନ କେନ୍ଦ୍ରରେ ହିଁ ତାହା ମିଳିପାରିବ। କାରଣ ଟିକା ନେଲା ପରେ କୌଣସି ପ୍ରକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା କୋ-ଵିନ୍‌ ଆପ୍‌ରେ ରେକର୍ଡ ହୋଇ ରହିବ ଏବଂ ତାହାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡାକ୍ତର ଓ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ସେ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟାକୁ ଚିହ୍ନଟ କରିବା, ତଦନ୍ତ କରିବା ଓ ପରିଚାଳନା କରିବା ସମ୍ପର୍କରେ ସରକାର ଏକ ଉପଦେଶାବଳୀ ଖୁବ୍‌ ଶୀଘ୍ର ପ୍ରକାଶ କରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ କର୍ମୀ, କୋଭିଡ୍‌-୧୯ ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇବା ଜାରି ରଖିବା ସହ ଆସନ୍ତା ପହିଲାରୁ ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ଘୋଷଣା କରିଛନ୍ତି। ତେବେ ୧୮ ବର୍ଷରୁ ବୟସ୍କ ଏହି ନୂତନ ହିତାଧିକାରୀଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର, ଘରୋଇ ଡାକ୍ତରଖାନା ଓ କର୍ପୋରେଟ୍‌ ସଂସ୍ଥା ନିର୍ଦ୍ଧାରିତ ଦରରେ ଆବଶ୍ୟକ ସଂଖ୍ୟକ ଟିକା ସିଧାସଳଖ ଟିକାନିର୍ମାତା କମ୍ପାନିଙ୍କଠାରୁ କିଣିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe