ନୂଆଦିଲ୍ଲୀ: ନୂଆ ଉତ୍ପତ୍ତି ହୋଇଥିବା କରୋନାଭାଇରସ୍ ଭେରିଏଣ୍ଟ୍ ‘ଏକ୍ସ୍ବିବି.୧.୧୬’ର ଗୁଣସୂତ୍ରରେ ଆହୁରି ପରିବର୍ତ୍ତନ ଘଟୁଛି ଏବଂ ତା’ର ରୂପାନ୍ତରିତ ବା ଉପ-ପ୍ରଜାତି ଭୂତାଣୁ ‘ଏକ୍ସବିବି.୧.୧୬.୧. ଭାରତରେ ଚିହ୍ନଟ ହୋଇସାରିଲାଣି।
ଏପର୍ଯ୍ୟନ୍ତ ସମଗ୍ର ଦେଶରେ ବିଶେଷକରି, ଗୁଜରାଟ ଓ ମହାରାଷ୍ଟ୍ରରେ ଏହି ଉପ-ପ୍ରଜାତିର ୧୧୩ଟି ମାମଲା ରେକର୍ଡ କରାଯାଇଛି।
ଓମିକ୍ରନ୍ ପ୍ରଜାତିର ଭୂତାଣୁ ‘ଏକ୍ସବିବି’ ହେଉଛି ଏହି ଶ୍ରେଣୀର ଭୂତାଣୁଗୁଡ଼ିକ ମଧ୍ୟରେ ସବୁଠୁ ବେଶୀ ପ୍ରସାରିତ ହୋଇଥିବା ଭୂତାଣୁ। ଗତ ୫ମାସ ମଧ୍ୟରେ ଭାରତରେ ଓମିକ୍ରନ୍ର ୪ ଶହ ନୂଆ ଉପ-ପ୍ରଜାତି ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୯୦% ଭେରିଏଣ୍ଟ୍ ହେଉଛି ‘ଏକ୍ସବିବି’।
କିନ୍ତୁ, ‘ଇନ୍ସାକଗ୍’ ପୋର୍ଟାଲ୍ ଏ ପର୍ଯ୍ୟନ୍ତ ‘ଏକ୍ସଏକ୍ସବି.୧.୧୬.୧’କୁ ତାଲିକାଭୁକ୍ତ କରିନାହିଁ।
Image Courtesy of The Economic Timesତା’ଛଡ଼ା, ଏହି ଉପପ୍ରଜାତି ଯେ, ଅଧିକ ଭୟାବହ ରୋଗ ସୃଷ୍ଟି କରୁଛି ତାହାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ‘ଓମିକ୍ରନ୍’ର ସମସ୍ତ ଭେରିଏଣ୍ଟ୍ ଉପରେ ସତର୍କ ଦୃଷ୍ଟି ରଖିଥିବା କଥା ‘ଇନ୍ସାକଗ୍’ କହିଛି।
‘ଇନ୍ସାକଗ୍’ର ସଦ୍ୟତମ ବୁଲେଟିନ୍ କହିଛି ଯେ, ଆଜି ପର୍ଯ୍ୟନ୍ତ ଭାରତରେ ହୋଇଥିବା ସମସ୍ତ କୋଭିଡ୍ ସଂକ୍ରମଣରୁ ‘ଏକ୍ସବିବି.୧.୧୬’ ଭେରିଏଣ୍ଟ୍ ହେଉଛି ୩୮.୨%।
Image Courtesy of India Today‘ଓମିକ୍ରନ୍’ ପ୍ରଜାତି କରୋନା ଭୂତାଣୁ ସଂକ୍ରମଣର ଲକ୍ଷ୍ୟଣ ଯାହା ତା’ର ଛୁଆ ବୋଲି କୁହାଯାଉଥିବା ‘ଏକ୍ସବିବି.୧.୧୬’ର ଲକ୍ଷଣ ସବୁ ଏକା। ସେ ଲକ୍ଷଣ ବା ଉପସର୍ଗ ସବୁ ହେଉଛି: ଜ୍ବର, କାଶ, ଥଣ୍ଡା, ନାକରୁ ସିଙ୍ଘାଣି ବୋହିବା, ମୁଣ୍ଡବିନ୍ଧା, ଦେହ ଘୋଳାବିନ୍ଧା ଏବଂ କେବେ କେମିତି ପେଟ କାମୁଡ଼ା ସହିତ ତରଳ ଝାଡ଼ା।
Follow Us