କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ୧ ଲକ୍ଷ ଜରିମାନା

କୋହଳ ହେଲା କଟକଣା; ସତର୍କ ରହିବାକୁ ପରାମର୍ଶ, ଜୁନ୍‌ରେ ଅମାନିଆ ଗଣିଛନ୍ତି ଅଧାକୋଟି ତଣ୍ଡ

Times of India

ରାଞ୍ଚି : କରୋନା ଭାଇରସ୍‌ର ମୁକାବିଲା ପାଇଁ ଏବଂ ସଂକ୍ରମଣର ଚେନ୍‌କୁ ଭାଙ୍ଗିବାପାଇଁ ଯେଉଁ ନୀତିନିୟମ ଲାଗୁ ହୋଇଛି, ଯଦି ସେହି ନିୟମ କେହି ଭଙ୍ଗ କରନ୍ତି ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୨ ବର୍ଷ ଜେଲ୍‌ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ। ଏଭଳି ନିୟମ ଏବେ ଝାଡ଼ଖଣ୍ଡରେ ଲାଗୁ ହୋଇଛି। ନୂଆ କରି ସୃଷ୍ଟି ହୋଇଥିବା ଝାଡ଼ଖଣ୍ଡ ସଂକ୍ରାମକ ରୋଗ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ୍‌ ଗତକାଲି ଅନୁ ମୋଦନ ପ୍ରଦାନ କରିଛନ୍ତି। ଏହାଦ୍ବାରା ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିନଥାନ୍ତି କିମ୍ବା ବେଆଇନ ଭାବେ ରୁଣ୍ଡ ହୋଇଥାନ୍ତି ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ। କ୍ୟାବିନେଟ୍‌ ମଧ୍ୟ ଝାଡ଼ଖଣ୍ଡ ପାଇଁ ଏକ ନୂଆ ଲୋଗୋକୁ ସ୍ବିକୃତୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe