ଭାରତରେ କରୋନାର ଦ୍ବିତୀୟ ଲହର ପିଲାଙ୍କ ପାଇଁ ହୋଇପାରେ କ୍ଷତିକାରକ

Advertisment
ଭାରତରେ କରୋନାର ଦ୍ବିତୀୟ ଲହର ପିଲାଙ୍କ ପାଇଁ ହୋଇପାରେ କ୍ଷତିକାରକ

Times of India

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତି ପୁଣି ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରଥମ କରୋନା ସଂକ୍ରମଣ ବୃଦ୍ଧ ଓ ରୋଗୀ ଲୋକଙ୍କ ପାଇଁ ମାରାତ୍ମକ ବୋଲି କୁହାଯାଉଥିବା ବେଳେ ଦ୍ବିତୀୟ ଲହର ପିଲାଙ୍କ ପାଇଁ ଅଧିକ ବିପଦ ରହିଥିବା କୁହାଯାଉଛି। ଏହା ବଡ଼ଲୋକଙ୍କ ଅପେକ୍ଷା ପିଲାଙ୍କୁ ଶୀଘ୍ର ସଂକ୍ରମିତ କରୁଛି। ତେଣୁ ଏହା ଚିନ୍ତାର କାରଣ ପାଲଟିଛି। କାହିଁକି ନା ପିଲାଙ୍କ ପାଇଁ ଏଯାବତ କୌଣସି ଟିକା ବାହାରି ନାହିଁ।

ଅନେକ ଗବେଷଣା ଓ ଅନୁସନ୍ଧାନ ଅନୁଯାୟୀ, କରୋନାର ଏହି ଦ୍ବିତୀୟ ଲହର ଅଧିକ ଶକ୍ତିଶାଳୀ ଓ ମାରାତ୍ମକ । ଏହା ମଣିଷର ରୋଗପ୍ରତିରୋଧକ ଶକ୍ତିକୁ ସହଜରେ ପ୍ରଭାବିତ କରୁଛି। କେବଳ ଏତିକି ନୁହେଁ, ଏହି ମହାମାରୀ ପିଲାଙ୍କ ରୋଗପ୍ରତିରୋଧକ ବ୍ୟବସ୍ଥାକୁ ଖରାପ ବି କରିପାରେ, ଯେଉଁଥିପାଇଁ ସେମାନେ ରୋଗରେ ପଡ଼ି ପାରନ୍ତି।

Coronavirus symptoms in kids: Most commonly identified COVID symptoms in kids

କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧.୬ ଲକ୍ଷ ଟପିବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୩୫ କୋଟି ଅତିକ୍ରମ କରିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୯୧୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୯୦୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe