ପରୀକ୍ଷା ହାର ବଢ଼ାଇବା ସହ ଆକ୍ରାନ୍ତଙ୍କୁ ସଙ୍ଗରୋଧ କରୁ ନଥିବାରୁ ପଞ୍ଜାବକୁ ନିନ୍ଦା କଲା କେନ୍ଦ୍ର

Advertisment
ପରୀକ୍ଷା ହାର ବଢ଼ାଇବା ସହ ଆକ୍ରାନ୍ତଙ୍କୁ ସଙ୍ଗରୋଧ କରୁ ନଥିବାରୁ ପଞ୍ଜାବକୁ ନିନ୍ଦା କଲା କେନ୍ଦ୍ର

indiatoday

ଚଣ୍ଡିଗଡ଼: ରାଜ୍ୟରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲା କେନ୍ଦ୍ର । ପଞ୍ଜାବ, କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପରୀକ୍ଷା କରୁନଥିବା ସହ ସଂକ୍ରମିତ ଲୋକଙ୍କୁ ସଙ୍ଗରୋଧ କରିବାରେ ସକ୍ଷମ ହୋଇନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ତାଙ୍କ କହିବା ମୁତାବକ, ଫେବ୍ରୁଆରି ମାସରେ ପଞ୍ଜାବରେ ହାରାହାରି ଦୈନିକ ମାମଲା ୨୪୦ଥିଲା। କିନ୍ତୁ ଆଜି ଏହି ସଂଖ୍ୟା ୨,୭୪୨କୁ ବୃଦ୍ଧି ପାଇଛି। ଏହା ଦର୍ଶାଉଛି ଯେ, ପର୍ଯ୍ୟାପ୍ତ ସଂଖ୍ୟକ ପରୀକ୍ଷା କରାଯାଉନାହିଁ କିମ୍ବା ସଂକ୍ରମିତ ଲୋକଙ୍କୁ ତୁରନ୍ତ ଟ୍ରାକ୍ କରି ସଙ୍ଗରୋଧ କରିପାରୁ ନାହିଁ ପଞ୍ଜାବ। ଏହି କାରଣ ପାଇଁ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ପଞ୍ଜାବରେ ୨୪,୧୪୩ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

COVID-19: Centre reveals reasons behind rise in coronavirus cases - Details here DNA India

ପଞ୍ଜାବ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଅଛି, ଯେଉଁ ରାଜ୍ୟରେ ଗତ ଏକ ମାସ ସଂକ୍ରମଣ ହାର ବଢ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ମଙ୍ଗଳବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ ସାପ୍ତାହିକ ଜାତୀୟ ସକରାତ୍ମକତା ହାର ହେଉଛି ୫.୬୫%। ଏହା ତୁଳନାରେ ମହାରାଷ୍ଟ୍ରର ସାପ୍ତାହିକ ଜାତୀୟ ସକରାତ୍ମକତା ହାର୨୩%, ପଞ୍ଜାବର ଜାତୀୟ ସକରାତ୍ମକତା ହାର ୮.୮୨%, ଛତିଶଗଡ ୮%, ମଧ୍ୟପ୍ରଦେଶ ୭.୮୨%, ତାମିଲନାଡୁ ୨.୫୦%, କର୍ଣ୍ଣାଟକ ୨.୪୫%, ଗୁଜୁରାଟ ୨.୨% ଏବଂ ଦିଲ୍ଲୀରେ ଜାତୀୟ ସକରାତ୍ମକତା ହାର ୨.୦୪% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe