କୋଭିଡ-୧୯ର ମୁକାବିଲା ଲାଗି କିଣାଯାଉଛି ପରୀକ୍ଷଣ କିଟ୍‌, ଜାଣନ୍ତୁ ଗୋଟିଏ କିଟର ଦାମ୍ କେତେ

Advertisment
କୋଭିଡ-୧୯ର ମୁକାବିଲା ଲାଗି କିଣାଯାଉଛି ପରୀକ୍ଷଣ କିଟ୍‌, ଜାଣନ୍ତୁ ଗୋଟିଏ କିଟର ଦାମ୍ କେତେ

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ। ତେଣୁ ନମୁନା ପରୀକ୍ଷଣ ବୃଦ୍ଧି ନିମନ୍ତେ ଆଇସିଏମଆର ପକ୍ଷରୁ ସବୁପ୍ରକାରର ପ୍ରୟାସ କରାଯାଉଛି। ଏଥିପାଇଁ ପରୀକ୍ଷଣ କିଟ କ୍ରୟ କରାଯିବା ସହିତ ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରୀକ୍ଷଣ କିଟର ବ୍ୟାପକ ଚାହିଦା ରହିଛି ଏବଂ ବିଭିନ୍ନ ରାଷ୍ଟ୍ର ଏହାକୁ କିଣିବା ଲାଗି ନିଜର ସମ୍ପୂର୍ଣ୍ଣ ମୌଦ୍ରିକ ଓ କୂଟନୈତିକ ଶକ୍ତିର ଉପଯୋଗ କରୁଛନ୍ତି। ଏଭଳି ଏକ ସମୟରେ ପରୀକ୍ଷଣ କିଟ କ୍ରୟ କରାଯାଉଛି। ସୂଚନା ଅନୁସାରେ, ଭାରତକୁ ଅନ୍ତର୍ଜାତୀୟ ପ୍ରାମାଣିକତା ଥିବା ‘ ୱଣ୍ଡଫୋ’ କମ୍ପାନି କିଟ୍ .ଯୋଗାଉଛି ଓ ପ୍ରତିଟି କିଟ୍ ପିଛା ୬୦୦ ଟଙ୍କା ନେଉଛି।

publive-image The Quint

ଏହି କିଟ କ୍ରୟ କରିବା ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରଥମେ ପ୍ରୟାସ କରାଯିବା ସମୟରେ କୌଣସି ଯୋଗାଣକାରୀ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଦ୍ୱିତୀୟ ଥର ପ୍ରୟାସ କରାଯିବା ଉପରେ ଯଥେଷ୍ଟ ପ୍ରତିକ୍ରିୟା ମିଳିଲା। ଏହି ପ୍ରତିକ୍ରିୟାରେ ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖି ଦୁଇଟି କମ୍ପାନୀ ବାୟୋମେଡେମିକ୍ସ ଏବଂ ୱଣ୍ଡଫୋ ଠାରୁ କିଟ କ୍ରୟ ନିମନ୍ତେ ଚୟନ କରାଯାଇଥିଲା। ଉଭୟ କମ୍ପାନୀ ନିକଟରେ ଆବଶ୍ୟକ ଅନ୍ତର୍ଜାତୀୟ ପ୍ରାମାଣିକତା ରହିଥିଲା।

ୱଣ୍ଡଫୋ ପାଖରୁ ମୂଲ୍ୟାଙ୍କନ ସମିତିକୁ ୪ଟି ନିଲାମି ମିଳିଥିଲା ଏବଂ ତଦନୁଯାୟୀ ପ୍ରାପ୍ତ ନିଲାମିରେ ପ୍ରତ୍ୟେକ କିଟର ମୂଲ୍ୟ ୧୨୦୪,୧୨୦୦, ୮୪୪ ଓ ୬୦୦ଟଙ୍କା ଥିଲା। ସେହି ଅନୁରୂପ ୬୦୦ ଟଙ୍କାର ପ୍ରସ୍ତାବକୁ ଏଲ-୧ ରୂପରେ ବିଚାର କରାଯାଇଥିବା ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe