Anadolu Agency
ନୂଆଦିଲ୍ଲୀ: କରୋନାଭୂତାଣୁ ହିଁ ଆମ ସମୟର ଅନ୍ୟତମ ବାସ୍ତବତା ହୋଇ ରହିବ। ବିଶ୍ବ ତମାମ ପାଖାପାଖି ୨ କୋଟି ଲୋକଙ୍କୁ ଘାଇଲା କରିବା ସହ ୮ ଲକ୍ଷରୁ ଅଧିକ ଲୋକଙ୍କୁ ମାରି ସାରିଥିବା ଏହି ମହାମାରୀ ଭୂତାଣୁ ସାର୍ସ-କୋଭ୍-୨ର ସଂକ୍ରମଣ ରୋକିବା ଲାଗି ପ୍ରାୟ ବିଶ୍ବର ସବୁ ଦେଶ ଲକ୍ଡାଉନ୍ ପରି କଠୋର ପଦକ୍ଷେପମାନ ଆପଣେଇ ସାରିଛନ୍ତି। ଏପରିକି ଏହାର ମୁକାବିଲା ପାଇଁ ଯେତେ ଶୀଘ୍ର ସମ୍ଭବ କୌଣସି ଏକ ପ୍ରତିଷେଧକ ଟିକା ଉପଲବ୍ଧ କରିବା ଉଦ୍ୟମରେ ବିଶ୍ବବାସୀ ଗବେଷଣାରେ ନିମଗ୍ନ ରହିଛନ୍ତି। ସୁତରାଂ ଦିନେ ନା ଦିନେ ସଫଳ ଟିକାଟିଏ ନିଶ୍ଚିତ ମିଳିଯିବ ବୋଲି ଆଶା କରାଯାଉଛି। ମାତ୍ର ଏହା ସତ୍ତ୍ବେ ଏହି ମହାମାରୀ କୋଭିଡ୍-୧୯ର କେବେ ମୂଳୋତ୍ପାଟନ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ତେବେ ଆଗକୁ ଏଭଳି ଏକ ଶ୍ରେଷ୍ଠ ଅନୁକୂଳ ବାସ୍ତବ ସ୍ଥିତି ଆସିପାରେ, ଯେଉଁଥିରେ ଗୋଷ୍ଠୀ ରୋଗପ୍ରତିରୋଧକ(ହର୍ଡ ଇମ୍ୟୁନିଟି) ଆହରଣ ପୂର୍ବକ ସଂକ୍ରମଣକୁ ଯଥେଷ୍ଟ କମାଇ ଦିଆଯାଇପାରିବ, ମାତ୍ର କରୋନାଭୂତାଣୁ ସାର୍ସ-କୋଭ୍-୨ କେବେ ଛାଡ଼ି ପଳାଇଯିବନି ବୋଲି ଟେକ୍ସାସ ବିଶ୍ବବିଦ୍ୟାଳୟ ଭେଷଜ ବିଭାଗର କରୋନାଭୂତାଣୁ ଗବେଷକ ବିନେଟ୍ ମିନାସାରି ଆଶଂକା ପ୍ରକଟ କରିଛନ୍ତି। ତେବେ ଦୁଇ ତିନି ବର୍ଷ ପରେ ଆଉ ଆମକୁ ଏଭଳି ମାସ୍କ ପରିଧାନ କି ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଭଳି ସ୍ଥିତି ନଥିବ ବୋଲି ସେ ଆଶାବାଦୀ ଅଛନ୍ତି। ଭବିଷ୍ୟତରେ ବିଭିନ୍ନ ପ୍ରକାର କୋଭିଡ୍-୧୯ ଟିକା ଉପଲବ୍ଧ ହେବା ପରେ ତାହାକୁ ପ୍ରତ୍ୟେକ ଗ୍ରହଣ କରି ହର୍ଡ ଇମ୍ୟୁନିଟି ପରିବେଶ ଆଣିପାରିବେ। ଫଳରେ ତେଣିକି ଏହି ଭୂତାଣୁ ପରବର୍ତ୍ତୀ ସାଧାରଣ ଥଣ୍ଡା ରୋଗ ସୃଷ୍ଟିକାରୀ ହୋଇ ରହିଥିବ। ଏପରିକି ଆଉ ତିନିରୁ ପାଞ୍ଚ ବର୍ଷ ପରେ କିଛି ନିର୍ଦ୍ଦିଷ୍ଟ ଲୋକ କୋଭିଡ୍-୧୯ରେ ଆକ୍ରାନ୍ତ ହେବେ। ତେବେ ସେତେବେଳକୁ ତାହା ଅନ୍ୟତମ ସାଧାରଣ ଥଣ୍ଡା ରୋଗ ଭାବେ ବିବେଚିତ ହେବ ଏବଂ ଆମକୁ ଆଉ ମେଡିକାଲରେ ପଡ଼ି ରହିବାକୁ ହେବନି କି ସଟ୍ଡାଉନ୍ ପରି କଠୋର କଟକଣାର ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି ବିନେଟ୍ କହିଛନ୍ତି।
Follow Us