ଭାରତରେ କୋଭିଡ୍‌ ସଂକ୍ରମଣରେ ଲଗାତାର ହ୍ରାସ ଜାରି

Advertisment

୨୪ ଘଣ୍ଟାରେ ୫୦ ହଜାରରୁ କମ୍‌ ମାମଲା, ଆରୋଗ୍ୟ ହାର ୯୭%

୨୪ ଘଣ୍ଟାରେ ୫୦ ହଜାରରୁ କମ୍‌ ମାମଲା, ଆରୋଗ୍ୟ ହାର ୯୭%

ଭାରତରେ କୋଭିଡ୍‌ ସଂକ୍ରମଣରେ ଲଗାତାର ହ୍ରାସ ଜାରି

ନୂଆଦିଲ୍ଲୀ : ଭାରତରେ କୋଭିଡ୍‌ ସଂକ୍ରମଣରେ ଲଗାତାର ହ୍ରାସ ପ୍ରକ୍ରିୟ ଜାରି ରହିଛି। ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍‌ ମାମଲା ରିପୋର୍ଟ ହୋଇଥିବା ବେଳେ ଆରୋଗ୍ୟ ହାର ୯୭ ପ୍ରତିଶତ ରହିଛି। ଆଜି ସକାଳ ୮ଟା ସୁଦ୍ଧା ମୋଟ୍‌ ୪୪,୮୭୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ଏବଂ ଗତକାଲି ତୁଳନାରେ ଏହା ୧୧ ପ୍ରତିଶତ କମ୍‌। ଗତ ୨୪ ଘଣ୍ଟାରେ କରୋନାର ସକ୍ରିୟ ମାମଲାରେ ୭୩,୩୯୮ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮୪ କରୋନା ମୃତ୍ୟୁ ହୋଇଛି । ରବିବାର ଦିନ ଦେଶରେ ମୋଟ୍‌ କରୋନା ମୃତ୍ୟୁ ୫,୦୮,୬୬ରେ ପହଞ୍ଚିଛି।

କରୋନା ସଂକ୍ରମଣ ଥମିବା ସତ୍ତ୍ବେ ଏବେ ବି ୫ଟି ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ରାଜସ୍ଥାନକୁ ନେଇ ଚିନ୍ତା ରହିଛି । ଦେଶର ମୋଟ ସଂକ୍ରମଣରୁ ସର୍ବାଧିକ ମାମଲା ଏହି ୫ ରାଜ୍ୟରୁ ଆସୁଛି। କେରଳରେ ଆଜି ୧୫୧୮୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୩୫୯, କର୍ଣ୍ଣାଟକରେ ୩୨୦୨, ତାମିଲନାଡ଼ୁରେ ୨୮୧୨ ଏବଂ ରାଜସ୍ଥାନରେ ୨୬୦୬ ମାମଲା ଚିହ୍ନଟ ହୋଇଛି । ନୂଆ ସଂକ୍ରମଣର ପ୍ରାୟ ୬୩ ପ୍ରତିଶତ ମାମଲା ଏହି ୫ ରାଜ୍ୟରୁ ଆସିଛି। ଇତିମଧ୍ୟରେ ବିଭିନ୍ନ ରାଜ୍ୟ କରୋନା କଟକଣା କୋହଳ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe