ସମସ୍ତଙ୍କ ପାଇଁ କୋଭିଡ୍‌ ଟିକା ଜରୁରୀ ନୁହେଁ: ଅକ୍ସଫୋର୍ଡ ବିଶେଷଜ୍ଞ

Advertisment

ମହାମାରୀ ଆପେ ଶେଷ ହୋଇ ଆମ ଜୀବନର ଅଂଶ ପାଲଟିବ

ମହାମାରୀ ଆପେ ଶେଷ ହୋଇ ଆମ ଜୀବନର ଅଂଶ ପାଲଟିବ

ସମସ୍ତଙ୍କ ପାଇଁ କୋଭିଡ୍‌ ଟିକା ଜରୁରୀ ନୁହେଁ: ଅକ୍ସଫୋର୍ଡ ବିଶେଷଜ୍ଞ

Image Source: The Times of India

ନୂଆଦିଲ୍ଲୀ: ସମ୍ପ୍ରତି ମହାମାରୀ କୋଭିଡ୍-୧୯ ପାଇଁ ବିଶ୍ବ ତମାମ ହାହାକାର ଛାଇ ଯାଇଥିବା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ସୁନେତ୍ର ଗୁପ୍ତା ଏ ସମ୍ପର୍କରେ ଭିନ୍ନ ଆଶ୍ବାସନା ଆଣିଛନ୍ତି। ଆମମାନଙ୍କ ଭିତରୁ ଅଧିକାଂଶ ଲୋକ ପାଇଁ କୋଭିଡ୍ ଟିକାର ଆବଶ୍ୟକତା ନାହିଁ ବୋଲି ସେ ବୁଝାଇ କହିଛନ୍ତି। ସେହିପରି କରୋନାଭୂତାଣୁର ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ କଟକଣା କେବେ ଏକ ସ୍ଥାୟୀ ସମାଧାନ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଏହି ମହାମାରୀର ପ୍ରାକୃତିକ ଭାବେ ଅନ୍ତ ଘଟିବ ଏବଂ ଇନ୍‌ଫ୍ଲୁଏଞ୍ଜା ପରି ଏହା ଆମ ଜୀବନର ଏକ ଅଂଶ ପାଲଟି ଆମ ସହିତ ରହିଥିବ ବୋଲି ସେ ଟିପ୍ପଣୀ କରିଛନ୍ତି।

ପ୍ରଫେସ ଗୁପ୍ତାଙ୍କ କହିବା ଅନୁଯାୟୀ, ସାଧାରଣତଃ ବୟସ୍କ, ଦୁର୍ବଳ କି ଅନ୍ୟାନ୍ୟ ଦୁଃସାଧ୍ୟ ରୋଗରେ ପୀଡ଼ିତ ନଥାଇ ସ୍ବାଭାବିକ ଭାବେ ସୁସ୍ଥସବଳ ଥିବା ବ୍ୟକ୍ତବିଶେଷଙ୍କ କ୍ଷେତ୍ରରେ ଏହି ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ସେତେ ଚିନ୍ତାଜନକ ନୁହେଁ ବୋଲି ଜଣାପଡ଼ିଛି। ସେହିପରି ଇନ୍‌ଫ୍ଲୁଏଞ୍ଜା ଅପେକ୍ଷା କମ୍ ରୋଗୀଙ୍କୁ ମୃତ୍ୟୁମୁଖରେ ପକାଉଥିବା ଏହି କରୋନାଭୂତାଣୁ ପାଇଁ ଅବଶ୍ୟ ଏକ ଫଳପ୍ରଦ ଟିକା ବିକାଶ କରାଯାଇପାରିବ। ଏପରିକି ସେଭଳି ଟିକା ଠିକ୍‌ରେ କାମ କରୁଛି ବୋଲି ମଧ୍ୟ ଆମେ ଖୁବ୍ କମ୍ ଦିନ ଭିତରେ ପ୍ରମାଣ ପାଇଯାଇପାରିବା। ତେବେ ଏହି ରୋଗ ପାଇଁ କୌଣସି ଉପଯୁକ୍ତ ଟିକା ବଜାରକୁ ଆସିଲା ବେଳକୁ ତାହା ବିଶେଷ କରି କେବଳ ସଂକ୍ରମଣଶୀଳ ଲୋକଙ୍କ ପାଇଁ କାମ ଦେବ। ତେଣୁ ଆମ ଭିତରୁ ଅଧିକାଂଶ ସେଥିପ୍ରତି ଆଦୌ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଭୂତାଣୁଠାରୁ ନିଜକୁ ଦୂରେଇ ରଖିବା ପାଇଁ ଲକ୍‌ଡାଉନ୍ ପରି କଟକଣା ଏକ ସମ୍ବେଦନଶୀଳ ଉପାୟ ହୋଇପାରେ ବୋଲି ଗୁପ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe