ଅଜବ! ପାର୍ଟିି କରୁଥିବା ବେଳେ ପୁଲିସ ତାଗିଦ କରିବାରୁ କରୋନା ମହାମାରୀ ବିଷୟରେ ଜାଣି ନାହିଁ ବୋଲି କହିଲେ ଯୁବକ

Advertisment
ଅଜବ! ପାର୍ଟିି କରୁଥିବା ବେଳେ ପୁଲିସ ତାଗିଦ କରିବାରୁ କରୋନା ମହାମାରୀ ବିଷୟରେ ଜାଣି ନାହିଁ ବୋଲି କହିଲେ ଯୁବକ

PortoVino Wine Purse

ନୂଆଦିଲ୍ଲୀ: ପ୍ରାୟ ବର୍ଷେ ହେଲାଣି ସାରା ବିଶ୍ବକୁ କବଳିତ କରି ରଖିଛି କରୋନା ଭୂତାଣୁ। ଏହି ଭୂତାଣୁ ମହାମାରୀ ରୂପ ନେବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି। ଏବେ କରୋନା ଟିକା ଆସିଥିଲେ ମଧ୍ୟ ସରକାର କରୋନା କଟକଣା ମାନି ଚଳିବାକୁ କହୁଛନ୍ତି। ତେବେ ଏ ମଧ୍ୟରେ ଜଣେ ଯୁବକ ଦେଇଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ଭୂତାଣୁ ଏବେ ବିଶ୍ବରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି, ସେ ବିଷୟରେ କିଛି ଜାଣିନଥିବା ପୁଲିସକୁ କହିଛନ୍ତି ଜଣେ ଯୁବକ।

How to Throw the Perfect Pool Party - The Tribute Blog The Tribute | Apartments in Raleigh, NC

ସୂଚନା ମୁତାବକ, ହାମ୍ପସାରରେ ରହୁଥିବା ଜଣେ ଯୁବକ ନିଜ ବନ୍ଧୁମାନଙ୍କ ସହ କରୋନା ମହାମାରୀ ମଧ୍ୟରେ ଘରେ ହଟ୍-ଟବ ପାର୍ଟି କରୁଥିଲେ। ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଯୁବକଙ୍କ ଘରେ ପହଞ୍ଚିଥିଲା। ସେଠାରେ ପାର୍ଟି ଚାଲୁଥିବା ଦେଖି ମହାମାରୀ ସମୟରେ କିଭଳି ପାର୍ଟି କରୁଛ ବୋଲି ପୁଲିସ ପ୍ରଶ୍ନ କରିଥିଲା। ଏହାର ଉତ୍ତରରେ, ମାହାମାରୀ ଚାଲିଛି ବୋଲି ମୁଁ ଜାଣିନାହିଁ। କରୋନା ବୋଲି ଏକ ଭୂତାଣୁ ବିଷୟରେ ମୁଁ ଶୁଣିନାହିଁ ବୋଲି କହିଥିଲେ ଯୁବକ। ତାଙ୍କଠାରୁ ଏଭଳି ଅଜବ ଉତ୍ତର ଶୁଣି ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ପରେ ତାଙ୍କୁ ଜାମିନ ମିଳିବା ସହ ତାଗିଦ କରି ପୁଲିସ ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe