ଦେଶରେ କୋଭିଡ୍‌ ସଂକ୍ରମଣ ଉଦ୍‌ବେଗଜନକ : ୨୪ ଘଣ୍ଟାରେ ପ୍ରାୟ ୩୦ ହଜାର ମାମଲା

Advertisment
ଦେଶରେ କୋଭିଡ୍‌ ସଂକ୍ରମଣ ଉଦ୍‌ବେଗଜନକ : ୨୪ ଘଣ୍ଟାରେ ପ୍ରାୟ ୩୦ ହଜାର ମାମଲା

Outlook India

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ୯ ଲକ୍ଷ ୩୬ ହଜାର ୧୮୧ରେ ପହଞ୍ଚିଛି ଏବଂ ୨୪ ହଜାର ୨୦୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ଦେଶରେ ୨୪ ହଜାର ୪୨୯ ଟି ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୮୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ମାମଲା ବଢ଼ୁଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧିହାର କମୁଛି। ଦେଶରେ ଆରୋଗ୍ୟ ହାର ୬୩.୨୪ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ୫ ଲକ୍ଷ ୯୨ ହଜାର ୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ମଙ୍ଗଳବାରରୁ ବୁଧବାର ମଧ୍ୟରେ ୨୦ ହଜାର ୫୭୨ ଜଣ ସୁସ୍ଥ ହୋ‌ଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ଦେଶରେ ମୋଟ୍‌ ସଂକ୍ରମଣ ମାମଲାର ୨୯ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି।

ଭାରତ ଏବେ ଏସିଆରେ କୋଭିଡ୍‌ -୧୯ର କେନ୍ଦ୍ରସ୍ଥଳ ପାଲଟିଛି। ଲଗାତାର ୬ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୨୬ ହଜାରରୁ ଅଧିକ ରହିଛି। ଦେଶର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୫ଟିରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। କେବଳ ଲାକ୍ଷାଦ୍ବୀପରେ ଏଯାବତ୍‌ କରୋନା ପହଞ୍ଚିନି। କିନ୍ତୁ ସରକାର ଏବେ ବି ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଦେଶରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ , ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ କୋଭିଡ୍‌-୧୯ର ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ର , ଦିଲ୍ଲୀ ଏବଂ ଗୁଜରାଟରୁ ମଧ୍ୟ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଦେଶର ପ୍ରାୟ ୬୬ ପ୍ରତିଶତ ମୃତ୍ୟୁ ଉପରୋକ୍ତ ୩ଟି ରାଜ୍ୟରୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଜାଣିବାକୁ ମିଳିଛି ଯେ, ମୁମ୍ବାଇର ଧାରାବୀ ବସ୍ତିରୁ ପୁଣି ୨୩ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଜୁଲାଇ ୧୫ ସୁଦ୍ଧା ଦିଲ୍ଲୀରେ ଯେଉଁ ସ୍ଥିତି ଉପୁଜିବ ବୋଲି କୁହାଯାଉଥିଲା ସେଭଳି ସ୍ଥିତି ଉପୁଜିନି। ଦିଲ୍ଲୀରେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe