ବିଦେଶ ଯାତ୍ରା ପାଇଁ ‘ଭ୍ୟାକ୍ସିନ୍‌ ସାର୍ଟିଫିକେଟ୍‌’ର ସ୍ବୀକୃତି ଲାଗି ମନ୍ତ୍ରାଳୟ ଆଲୋଚନା କରୁଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

Advertisment
୧୫-୧୮ ବର୍ଷ ପିଲାଙ୍କୁ ୨ୟ ଡୋଜ ଟିକାଦାନ ତ୍ବରାନ୍ବିତ କର, ରାଜ୍ୟଗୁଡ଼ିକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ

Image Courtesy of NDTV

ନୂଆଦିଲ୍ଲୀ: ଅବାଧ ଆନ୍ତର୍ଜାତିକ ଭ୍ରମଣ ନିମନ୍ତେ ‘ଭ୍ୟାକ୍ସିନ୍‌ ସାର୍ଟିଫିକେଟ୍‌’କୁ ପାରସ୍ପରିକ ସ୍ବୀକୃତି ଦେବା ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମସ୍ତ ରାଷ୍ଟ୍ର ସହ ଆଲୋଚନା ଚଳାଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ପୁନର୍ବାର ଗୁରୁତ୍ବାରୋପ କରି କହିଛନ୍ତି।

ମଙ୍ଗଳବାର ଦିନ ସେ କହିଛନ୍ତି, ୯୬ଟି ରାଷ୍ଟ୍ର ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’କୁ ସ୍ବୀକୃତି ଦେଇଛନ୍ତି ଏବଂ ଏହି ଟିକା ଦୁଇଟି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ‘ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ’ ହୋଇଛି।

ଗଣମାଧ୍ୟମକୁ ମାଣ୍ଡଭୀୟ କହିଛନ୍ତି, ଏଯାବତ୍‌ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ୮ଟି ଟିକାକୁ ‘ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ’ କରିଛି। ଆନନ୍ଦର ବିଷୟ, ତନ୍ମଧ୍ୟରେ ରହିଛି ଦୁଇଟି ଭାରତୀୟ ଟିକା ‘କୋଭାକ୍ସିନ୍‌’ ଓ ‘କୋଭିସିଲ୍‌ଡ୍‌’। ଉଭୟ ଟିକାକୁ ବିଶ୍ବର ୯୬ଟି ରାଷ୍ଟ୍ର ଗୃହୀତ କରିଛନ୍ତି।

ଉପରୋକ୍ତ ୯୬ ଦେଶ ମଧ୍ୟରେ ଅଛନ୍ତି, କାନଡା, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ସ୍ପେନ୍‌, ଇଂଲଣ୍ଡ୍‌, ଫ୍ରାନ୍‌ସ୍‌, ଜର୍ମାନି, ବେଲ୍‌ଜିୟମ୍‌, ରୁଷ୍‌ ଏବଂ ସୁଇଜର୍‌ଲାଣ୍ଡ୍‌।

publive-image Image Courtesy of Amar Ujala

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଦେଶରେ ଏପର୍ଯ୍ୟନ୍ତ ୧୦୯ କୋଟି ଡୋଜ୍‌ କୋଭିଡ୍‌-୧୯ ଟିକା ଦିଆସରିଲାଣି। କେନ୍ଦ୍ର ସରକାରଙ୍କ ବିଶାଳ ଟିକାକରଣ ଅଭିଯାନ ‘ହର୍‌ ଘର୍‌ ଦସ୍ତକ୍‌’ରେ ସ୍ବାସ୍ଥ୍ୟସେବା କର୍ମୀମାନେ ଟିକା ଦେବା ପାଇଁ ଦ୍ବାର ଦ୍ବାର ବୁଲୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବର ଏହି ବୃହତ୍ତମ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଗୃହୀତ କରି ସ୍ବୀକୃତି ଦେବା ନିମନ୍ତେ କେନ୍ଦ୍ର ସରକାର ବିଶ୍ବର ବାକି ଦେଶମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି। ଫଳରେ, ଶିକ୍ଷା, ବାଣିଜ୍ୟ ଏବଂ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଭାରତୀୟ ହିତାଧିକାରୀଙ୍କ ଯାତ୍ରା ସୁଗମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe