କୋଭାକ୍ସିନଠୁ ଅଧିକ ପ୍ରଭାବଶାଳୀ କୋଭିସିଲ୍ଡ : ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିଲା ଗବେଷଣା

Advertisment
କୋଭାକ୍ସିନଠୁ ଅଧିକ ପ୍ରଭାବଶାଳୀ କୋଭିସିଲ୍ଡ : ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିଲା ଗବେଷଣା

ndtv

ନୂଆଦିଲ୍ଲୀ : ଭାରତରେ ଦିଆଯାଉଥିବା ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ କିଭଳି କାମ ଦେଉଛି, ତାକୁ ନେଇ ଅଧ୍ୟୟନ କରାଯାଇଥିଲା । ଟିକା ନେବା ପରେ ଏହା କରୋନା ବିରୋଧରେ ଆଂଟିବଡି ବା ପ୍ରତିରୋଧ ଶକ୍ତି ସୃଷ୍ଟି କରିବାରେ କେତେ ଦୂର ସମର୍ଥ ହେଉଛି ତାକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଥିବା ବେଳେ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଦେଶୀ ଟିକା କୋଭାକ୍ସିନ ଅପେକ୍ଷା ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଅଧିକ ପରିମାଣରେ ପ୍ରତିରୋଧ ଶକ୍ତି ତିଆରି କରିପାରୁଛି ।

Covid-19 crisis: Covishield produces more antibodies than Covaxin, shows  study | Deccan Herald Deccan Herald

ଗବେଷକମାନେ ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ମୋଟ୍ ୫୧୫ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୪୨୫ ଜଣଙ୍କୁ କୋଭିସିଲ୍ଡ ଓ ୯୦ ଜଣଙ୍କୁ କୋଭାକ୍ସିନ ଦିଆଯାଇଥିଲା । ତେବେ ଦ୍ୱିତୀୟ ଡୋଜ୍ ଟିକା ନେବାର ୨୧ରୁ ୩୬ ଦିନ ଭିତରେ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ବିରୋଧରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । କିନ୍ତୁ କୋଭିସିଲ୍ଡ ନେଇଥିବା ଲୋକଙ୍କ ଭିତରେ ଅଧିକ ଆଂଟିବଡି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । କୋଭିସିଲ୍ଡ ନେଇଥିବା ୯୮ ପ୍ରତିଶତ ଲୋକଙ୍କ ଶରୀରରେ ଆଂଟିବଡି ଓ କୋଭାକ୍ସିନ ନେଇଥିବା ୮୦ ପ୍ରତିଶତ ଲୋକଙ୍କ ଶରୀରରେ ଆଂଟିବଡି ସୃଷ୍ଟି ହୋଇପାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe