timesnownews
ନୂଆଦିଲ୍ଲୀ: ଆଜି ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟକୁ ଆଜି ସେର୍ମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସ୍ଆଇଆଇ) କୋଭିସିଲ୍ଡ ଟିକା ପଠାଇଛି। ଏହି ଟିକାକୁ ସରକାର ୨୦୦ଟଙ୍କାରେ କିଣିଥିବା ବେଳେ ଭାରତ ସରକାରଙ୍କ ପାଇଁ ଏହି ସ୍ବତନ୍ତ୍ର ମୂଲ୍ୟ ରଖାଯାଇଥିବା କହିଛନ୍ତି ଏସ୍ଆଇଆଇ ସିଇଓ ଅଦର ପୁନାୱାଲା। ସେ କହିଛନ୍ତି ଯେ, କରୋନା ଟିକା କୋଭିସିଲ୍ଡ୍କୁ ଭାରତ ସରକାର ଡୋଜ୍ ପିଛା ୨୦୦ ଟଙ୍କାରେ କ୍ରୟ କରିବେ। ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ।
ପୁନାୱାଲା ଆହୁରି ବି କହିଛନ୍ତି କି କୋଭିଡ -୧୯ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ ଭାରତ ସରକାରଙ୍କୁ “ବିଶେଷ ମୂଲ୍ୟରେ” ଡୋଜ୍ ପିଛା ୨୦୦ ଟଙ୍କାରେ ବିକ୍ରି ହୋଇଛି, ଯାହାର ମୂଲ୍ୟ ପରେ ଅଧିକ ହେବ। କମ୍ପାନିକୁ ଘରୋଇ ବଜାରରେ ଟିକା ବିକ୍ରି କରିବାକୁ ମଧ୍ୟ ବାରଣ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ଭାରତ ସରକାର ଟିକା ପାଇବା ପାଇଁ ଯୋଗ୍ୟ।
aajtakଅଦର ପୁନାୱାଲା ଆହୁରି କହିଛନ୍ତି ଯେ ସିରମ୍ ଇନଷ୍ଟିଚ୍ୟୁଟ୍ ଆହୁରି ୩୦୦ରୁ ୪୦୦ ମିଲିୟନ୍ ଟିକା ପାଇଁ ଏକ ବୃହତ ଚୁକ୍ତିନାମା ସ୍ୱାକ୍ଷର କରିବା ପ୍ରକ୍ରିୟାରେ ଅଛି। ଟିକାର ପ୍ରସ୍ତୁତି ଓ ଯେଗାଣ ପ୍ରକ୍ରିୟାକୁ ବିଚାରକୁ ନେଲେ ସମସ୍ତଙ୍କୁ ଏକାସାଥୀରେ ଟିକା ଦେବା ସମ୍ଭବପର ନୁହେଁ। ଆବଶ୍ୟକତାକୁ ଦେଖି ଟିକା ବଣ୍ଟନ କରାଯିବ। ଗତ ରବିବାର ଦିନ ଅକ୍ସଫୋର୍ଡ ୟୁନିଭରସିଟି-ଆଷ୍ଟ୍ରାଜେନେକା ଟିକାକୁ ଭାରତୀୟ ନିୟାମକ ଦ୍ବାରା ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।
Follow Us