ଭାରତ ସରକାରଙ୍କ ପାଇଁ ‘କୋଭିସିଲ୍ଡ’ର ମୂଲ୍ୟ ୨୦୦ ଓ ବେସରକାରୀ କ୍ରେତାଙ୍କ ପାଇଁ ୧୦୦୦ ଟଙ୍କା

ଭାରତ ସରକାରଙ୍କ ପାଇଁ ‘କୋଭିସିଲ୍ଡ’ର ମୂଲ୍ୟ ୨୦୦ ଓ ବେସରକାରୀ କ୍ରେତାଙ୍କ ପାଇଁ  ୧୦୦୦ ଟଙ୍କା

www.indiatoday.in

ନୂଆଦିଲ୍ଳୀ: କ‌ରୋନା ଟିକାଙ୍କୁ ନେଇ ଦେଶବାସୀଙ୍କ ଭିତରେ ଉତ୍ସୁକତା ରହିଥିବା ବେଳେ ସେର୍‌ମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦର ପୁନାୱାଲା ସୂଚନା ଦେଇ କହିଛନ୍ତି କି କରୋନା ଟିକା କୋଭିସିଲ୍ଡ୍‌କୁ ଭାରତ ସରକାର ଡୋଜ୍‌ ପିଛା ୨୦୦ ଟଙ୍କାରେ କ୍ରୟ କରିବେ। ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ।

ପୁନାୱାଲା ଆହୁରି ବି କହିଛନ୍ତି କି କୋଭିଡ -୧୯ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ ଭାରତ ସରକାରଙ୍କୁ “ବିଶେଷ ମୂଲ୍ୟରେ” ଡୋଜ୍‌ ପିଛା ୨୦୦ ଟଙ୍କାରେ ବିକ୍ରି ହୋଇଛି, ଯାହାର ମୂଲ୍ୟ ପରେ ଅଧିକ ହେବ।

ରବିବାର ଦିନ ଅକ୍ସଫୋର୍ଡ ୟୁନିଭରସିଟି-ଆଷ୍ଟ୍ରାଜେନେକା ଟିକାକୁ ଭାରତୀୟ ନିୟାମକ ଦ୍ବାରା ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ପୁନାୱାଲା ଆହୁରି ବି କହିଛନ୍ତି କି କମ୍ପାନିକୁ ଘରୋଇ ବଜାରରେ ଟିକା ବିକ୍ରି କରିବାକୁ ମଧ୍ୟ ବାରଣ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ଭାରତ ସରକାର ଟିକା ପାଇବା ପାଇଁ ଯୋଗ୍ୟ।

ଅଦର ପୁନାୱାଲା ଆହୁରି କହିଛନ୍ତି ଯେ ସିରମ୍ ଇନଷ୍ଟିଚ୍ୟୁଟ୍ ଆହୁରି ୩୦୦ରୁ ୪୦୦ ମିଲିୟନ୍‌ ଟିକା ପାଇଁ ଏକ ବୃହତ ଚୁକ୍ତିନାମା ସ୍ୱାକ୍ଷର କରିବା ପ୍ରକ୍ରିୟାରେ ଅଛି। ଟିକାର ପ୍ରସ୍ତୁତି ଓ ଯେଗାଣ ପ୍ରକ୍ରିୟାକୁ ବିଚ‌ାରକୁ ନେଲେ ସମସ୍ତଙ୍କୁ ଏକାସାଥୀରେ ଟିକା ଦେବା ସମ୍ଭବ ନୁହେଁ। ଆବଶ୍ୟକତାକୁ ଦେଖି ଟିକା ବଣ୍ଟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe