ଭାରତରେ ଆରମ୍ଭ ହେଲା କୋଭୋଭାକ୍ସ ଟିକା ପରୀକ୍ଷଣ, ଆମେରିକୀୟ କମ୍ପାନି ନୋଭାଭାକ୍ସ ସହ ମିଶି ତିଆରି କରିଛି ସେରମ ଇନଷ୍ଟିଚ୍ୟୁଟ

ଭାରତରେ ଆରମ୍ଭ ହେଲା କୋଭୋଭାକ୍ସ ଟିକା ପରୀକ୍ଷଣ, ଆମେରିକୀୟ କମ୍ପାନି ନୋଭାଭାକ୍ସ ସହ ମିଶି ତିଆରି କରିଛି ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: କୋଭିିସିିଲ୍ଡ ପରେ ଭାରତରେ ସେରମ ଇନଷ୍ଟିଚ୍ୟୁଟ ଆରମ୍ଭ କଲା କୋଭୋଭାକ୍ସ ଟିକା ପରୀକ୍ଷଣ। କୋଭିସିଲ୍ଡ ଟିକାର ପରୀକ୍ଷଣ ଶେଷ ହୋଇଥିବା ବେଳେ ଏବେ ଭାରତବାସୀଙ୍କୁ ଏହି ଟିକା ଦିଆଯାଉଛି। ଭାରତରେ ଏବେ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ଏବେ ସେରମ ଇନଷ୍ଟିଚ୍ୟୁଟ କୋଭୋଭାକ୍ସ ଟିକା ପରୀକ୍ଷଣ ଆରମ୍ଭ କରିଛି। ଆମେରିକୀୟ କମ୍ପାନି ନୋଭାଭାକ୍ସ ସହ ମିଶି ଏହି ଟିକା ତିଆରି କରିଛି ସେରମ ଇନଷ୍ଟିଚ୍ୟୁଟ।

ଜୁନ୍ ସୁଦ୍ଧା କୋଭୋଭାକ୍ସ ଲଞ୍ଚ କରିବାକୁ ଆଶା ରଖିଥିବା ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା ଆଜି ଅପରାହ୍ନରେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ଏବେ କୋଭୋଭାକ୍ସ ଟିକା ପରୀକ୍ଷଣ ଆରମ୍ଭ ହୋଇଛିି। ଏହି ଟିକା ନୋଭାଭାକ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ମିଳିତ ଭାବେ ପ୍ରସ୍ତୁତ କରିଛି। ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଷ୍ଟ୍ରେନ ଏବଂ ୟୁକେ ଷ୍ଟ୍ରେନ ଉପରେ ଏହି ଟିକା ୮୯ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ସେପ୍ଟେମ୍ବର ୨୦୨୧ ସୁଦ୍ଧା ଏହି ଟିକା ଲୋକଙ୍କୁ ଦିଆଯିବାର ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe