ମଦ ବୋତଲ ପିଛା ୧୦ ଟଙ୍କା ଲେଖାଏଁ ଟିକସ ନେଇ ଗାଈଙ୍କ ପାଇଁ ଖର୍ଚ୍ଚ କରିବେ ସୁଖୁ ସରକାର

Advertisment
ମଦ ବୋତଲ ପିଛା ୧୦ ଟଙ୍କା ଲେଖାଏଁ ଟିକସ ନେଇ ଗାଈଙ୍କ ପାଇଁ ଖର୍ଚ୍ଚ କରିବେ ସୁଖୁ ସରକାର

ଶିମଲା: ମଦରୁ ନେବେ, ଗାଈଙ୍କ ପାଇଁ ଖର୍ଚ୍ଚ କରିବେ | ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାର ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୩୪୧୩ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗୋସୁରକ୍ଷା ପାଇଁ ମଦ ଉପରେ ଗାଈ ସେସ୍(CowCess ) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି | ନୂଆ ନିଷ୍ପତ୍ତି ମୁତାବକ ଏଣିକି ସରକାର ପ୍ରତ୍ୟେକ ମଦ ବୋତଲ ଉପରେ ୧୦ ଟଙ୍କା ଟିକସ ନେବେ | ରାଜ୍ୟ ସରକାରଙ୍କ ଅବକାରୀ ଟିକସ ବ୍ୟତୀତ ଏହି ଟିକସ ନିଆଯିବ | ଏହି ଟିକସରୁ ପ୍ରାୟ ୧୦0 କୋଟି ଟଙ୍କା ଆଦାୟ କରିବାକୁ ସୁଖୁ ସରକାର ଲକ୍ଷ୍ୟ ରଖିଛନ୍ତି | ଏହି ଟଙ୍କା ଗୋସୁରକ୍ଷା ସହ ରାସ୍ତାରେ ବେସାହାରା ଅବସ୍ଥାରେ ବୁଲୁଥିବା ଗାଈଙ୍କ ରହିବା-ଖାଇବା ପାଇଁ ଖର୍ଚ୍ଚ ହେବ |

ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିମାଚଳ ପ୍ରଦେଶ ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ 'ଗାଈ ସେସ୍' ସଂଗ୍ରହ କରାଯାଏ। ଏଥି ମଧ୍ୟରେ ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଚଣ୍ଡିଗଡ଼ ଭଳି କେନ୍ଦ୍ରଶାସିତ ଅଂଚଳ ମଧ୍ୟ ରହିଛନ୍ତି | ସେ କହିଛନ୍ତି ଯେ ପ୍ରତ୍ୟେକ ମଦ ବୋତଲରେ ୧୦ ଟଙ୍କା ଟିକସ ଲାଗୁ ହେବ। ଗାଈ ସେସ ବ୍ୟତୀତ ସରକାର ବଜେଟରେ ଅନେକ ବିଭାଗରେ ଖାଲି ଥିବା ୩୦୦୦୦ ପଦବୀ ପୂରଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ସେହିପରି ବଜେଟର ପ୍ରମୁଖ ଘୋଷଣା ମଧ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ବ୍ୟୟରେ ୧୫୦୦ ଡିଜେଲ ବସ୍ ବଦଳାଯିବ ବୋଲି କୁହାଯାଇଛି। ଏହା ସହ ସେ ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୨୦୦୦୦ ବାଳିକାଙ୍କୁ ବୈଦ୍ୟୁତିକ ସ୍କୁଟି କିଣିବା ପାଇଁ ୨୫୦୦୦ ଟଙ୍କା ସବସିଡି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe