ଗାଈ ଗୋବର ଦ୍ୱାରା ହୋଇଥାଏ ସାଧାରଣ ପ୍ରସବ ଓ କ୍ଷୀର ପାନରୁ ଅପରାଧ ସଂଖ୍ୟା ହ୍ରାସ ପାଇଥାଏ, ଏଭଳି ଦାବି କିଏ କରିଛନ୍ତି ଜାଣନ୍ତୁ

ଗାଈ ଗୋବର ଦ୍ୱାରା ହୋଇଥାଏ ସାଧାରଣ ପ୍ରସବ ଓ କ୍ଷୀର ପାନରୁ ଅପରାଧ ସଂଖ୍ୟା ହ୍ରାସ ପାଇଥାଏ, ଏଭଳି ଦାବି କିଏ କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ସହିତ ଜଡ଼ିତ ଥିବା ସଂସ୍ଥା ଗୋ ସେବା ସମଗ୍ର ଦେଶରେ ୧୫ଦିନ ପାଇଁ ଗୋ ଜପ ମହାଯଜ୍ଞ କରିବାର ଯୋଜନା କରୁଛନ୍ତି। ମାର୍ଚ୍ଚ ୩୧ରେ ହେବାକୁ ଥିବା ଏହି ମହାଯଜ୍ଞକୁ ଦେଶର କେତେକ ମନ୍ଦିରରେ ଆୟୋଜିତ କରାଯିବ। ଏହି ମହାଯଜ୍ଞ କରିବା ପଛରେ ସଂସ୍ଥାର ଉଦ୍ଦେଶ୍ୟ ହେଉଛି, ଏହା ଦ୍ୱାରା ଲୋକମାନଙ୍କୁ ଗାଈ ଦ୍ୱାରା ହେଉଥିବା ଫାଇଦା ସମ୍ପର୍କରେ ଜାଗୃତ କରିବା।

publive-image

ଆରଏସ୍‌ଏସ୍‌ର ଏହି ସଂସ୍ଥା ଗାଈ ଗୋବରର ଆଠଟି ଫାଇଦା ସହିତ ଗାଈର ଅନ୍ୟ ଉତ୍ପାଦକୁ ନେଇ ହେଉଥିବା ଲାଭ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ପାଇଁ ଯୋଜନା କରିଛନ୍ତି। ସଂସ୍ଥାର ଦାବି ଅନୁଯାୟୀ, ଗାଈର କ୍ଷୀର ପିଇବା ଦ୍ୱାରା ଅପରାଧି ସଂଖ୍ୟା ହ୍ରାସ ପାଇ ଥାଏ। ସେହିପରି ଗାଈର ଗୋବରରୁ ବାହାରୁଥିବା ତରଳ ପଦାର୍ଥରେ ତୁଳସୀ ରସ ମିଶାଇ ପିଇଲେ ପ୍ରସବ ପୀଡା ହୋଇ ନ ଥାଏ। ସାଧାରଣ ପ୍ରସବ ହେବାର ସହାୟକ ହୋଇଥାଏ।

ଆରଏସ୍‌ଏସ୍‌ ବରିଷ୍ଠ ପ୍ରଚାରକ ଶଙ୍କର ଲାଲ ଦାବି କରି କହିଛନ୍ତି, ଗତ ଆଠବର୍ଷ ମଧ୍ୟରେ ୩ ହଜାର ମହିଳାଙ୍କ ସାଧାରଣ ପ୍ରସବ ହୋଇଥିଲା। କାରଣ ସେମାନଙ୍କୁ ପ୍ରସବ ପୀଡା ସମୟରେ ୪୦ଗ୍ରାମ ଗାଈ ଗୋବରରୁ ବାହାରୁଥିବା ତରଳ ପଦାର୍ଥରେ ତୁଳସୀ ରସ ମିଶ୍ରଣ କରି ପିଇବାକୁ ଦିଆଯାଇଥିଲା।  ଏମିତି କରିବାର ଦୁଇଘଣ୍ଟା ମଧ୍ୟରେ ମହିଳାଙ୍କ ସାଧାରଣ ପ୍ରସବ ହୋଇଥାଏ।

publive-image

ସେହିପରି ଅନ୍ତସତ୍ତ୍ୱା ଥିବା ସମୟରେ ମହିଳାମାନେ ଯଦି ୮ମାସ ପର୍ଯ୍ୟନ୍ତ ଗାଈ କ୍ଷୀରରୁ ପ୍ରସ୍ତୁତ ଦହିକୁ ଏକ ରୁପା ଗିନାରେ ପ୍ରତିଦିନ ଖାଇବେ ତେବେ ସେମାନଙ୍କ ଶିଶୁ ଗୋରାବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, ଶିଶୁଟିର ମସ୍ତିଷ୍କ ପ୍ରଖର ହେବା ସହିତ ଶିଶୁଟି ବଡ଼ ହେଲେ ସାତ୍ୱିକ୍‌ ବ୍ୟବହାର କରିଥାଏ। ଏଥିସହିତ ଗାଈ କ୍ଷୀର ପିଇବା ଦ୍ୱାରା ଶିଶୁମାନଙ୍କ ଭିତରେ ମାନବବାଦୀ ଗୁଣର ବିକାଶ  ହୋଇଥାଏ, ଫଳରେ ସେମାନଙ୍କ ଭିତରେ ଅପରାଧିକ ମନଭାବ କମ୍‌ ଦେଖା ଦେଇଥାଏ।

ଶଙ୍କର ଲାଲ ସମଗ୍ର ଦେଶରେ ଗୋ ସେବାର କାମ ଦେଖି ଥାଆନ୍ତି।  ମଇଁଷି ଓ ଜର୍ସି ଗାଈର ଦୁଗ୍ଧ ପିଉଥିବା ଲୋକମାନେ ଅଧିକ କ୍ରୋଧିତ ହୋଇଥାଆନ୍ତି। ସେମାନଙ୍କ ସହନଶୀଳତା ଶକ୍ତି ହ୍ରାସ ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe