ରନ୍‌େଓ୍ଵକୁ ପଶି ଆସିଲା ଗାଈ: ଅହମ୍ମଦାବାଦ ଆସୁଥିବା ବିମାନ ମୁମ୍ବାଇରେ ଅବତରଣ କଲା

ରନ୍‌େଓ୍ଵକୁ ପଶି ଆସିଲା ଗାଈ: ଅହମ୍ମଦାବାଦ ଆସୁଥିବା ବିମାନ ମୁମ୍ବାଇରେ ଅବତରଣ କଲା

Times of India

ନୂଆଦିଲ୍ଲୀ : ଭାରତୀୟ ରାଜରାସ୍ତାରେ ଗାଈମାନଙ୍କ ଯିବାଆସିବା ଅତି ସାଧାରଣ କଥା । କିନ୍ତୁ ଏବେ ରାସ୍ତା ସହ ବିମାନବନ୍ଦରର ରନ୍‌େଓ୍ଵକୁ ଦଖଲ କଲେଣି। ଗୁରୁବାର ଦିନ ସକାଳେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରର ରନ୍‌େଓ୍ଵକୁ ଗାଈ ଚାଲି ଆସିବାରୁ ବିମାନ ଅବତରଣରେ ବାଧା ସୃଷ୍ଟି ହେବା ସହଅହମ୍ମଦାବାଦ ଆସୁଥିବା ବିମାନକୁ ମୁମ୍ବାଇରେ ଅବତରଣ କରିବାକୁ ପଡ଼ିଛି । ସୂଚନା ମୁତାବକ, ଗାଈକୁ ରନ୍‌େଓ୍ଵରୁ ହଟାଇବା ଲାଗି ସମୟ ଲାଗିବାରୁ ଦୁଇଟି ବିମାନକୁ ମୁମ୍ବାଇରେ ଅବତରଣ କରିବାକୁ ପଡ଼ିଥିଲା । ସେଥି ମଧ୍ୟରୁ ଗୋଟେ ଗଲ୍‌ଫ ଏୟାର ଲାଇନ୍ସର ବିମାନ ଥିବା ବେଳେ ଅନ୍ୟଟି ମାଲବାହୀ ବିମାନ ଥିଲା ବୋଲି ଜଣା ପଡ଼ିଛି ।

ଏହି ଖବର ବିଷୟରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ‘ଗାଈଟି ମାଲବାହୀ କାର୍ଗୋ ବିମାନ ଯିବା ଆସିବା କରୁଥିବା ରନ୍‌େଓ୍ଵକୁ ପ୍ରବେଶ କରିଥିଲା ଏବଂ ଏହି ବିଷୟରେ ଆମେ ଜାଣିବା ପରେ ସଙ୍ଗେ ସଙ୍ଗେ ବାହାର କରିଥିଲୁ। ’

ଏହି ଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏହା ପାଇଁ କୌଣସି ଉପଯୁକ୍ତ ପଦକ୍ଷପ ନିଆଯାଉ ନାହିଁ । ଗତ ବର୍ଷ ଅହମ୍ମଦାବାଦରେ ବିମାନରେ ପକ୍ଷୀମାଡ଼ ହେବା ଘଟଣା ଅଧିକ ଦେଖା ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe