Daily Excelsior
ପୁନେ: ଟିକା ସ୍ଲଟ୍ ପାଇଁ ୨୪ ଘଣ୍ଟାରେ ହଜାରେରୁ ଅଧିକ ଥର ସର୍ଚ୍ଚ କରୁଥିବା କିମ୍ବା ୫୦ରୁ ଅଧିକ ଓଟିପି ବାହାର କରୁଥିବା ୟୁଜରଙ୍କୁ କୋୱିନ୍ ଆପ୍ ବ୍ଲକ୍ କରିବ। ଉକ୍ତ ପୋର୍ଟାଲ ପରିଚାଳନା ସହ ଜଡ଼ିତ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ୨୪ ଘଣ୍ଟା ପାଇଁ ଏହି ୟୁଜରମାନଙ୍କୁ ବ୍ଲକ୍ କରାଯିବ ବୋଲି ସେ କହିଛନ୍ତି। ୧୫ ମିନିଟ୍ର ଅବଧିରେ ଯେଉଁମାନେ ୨୦ ଥରରୁ ଅଧିକ ସର୍ଚ୍ଚ ଅନୁରୋଧ କରିବେ ସେହି ୟୁଜରମାନଙ୍କୁ ବ୍ୟବସ୍ଥା ଆପେ ଲଗ୍ଆଉଟ୍ କରିଦେବ। ସ୍ଲଟ୍ ବୁକିଂକୁ ଅଟୋମେଟିକ୍ କରିଦେବା ପାଇଁ ‘ବଟ୍ ସ୍କ୍ରିପ୍ଟ’ (ବାରମ୍ବାର ସମାନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ସ୍ବତନ୍ତ୍ର ସଫ୍ଟୱେର) ର ବ୍ୟବହାର କିଛି ବ୍ୟକ୍ତି କରୁଛନ୍ତି।
ସେମାନଙ୍କୁ ଲଗାମ ଦେବା ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ୟୁଜର୍ମାନେ ଗୋଟିଏ କିମ୍ବା ଦୁଇଟି ପିନ୍ କୋଡ୍ କିମ୍ବା ଜିଲ୍ଲାରେ ଲଗ୍ ଇନ୍ କରିବାର ଅଳ୍ପ ସମୟ ମଧ୍ୟରେ ୨୦ କିମ୍ବା ୨୦ରୁ ଅଧିକ ଥର ସର୍ଚ୍ଚ ନକରିବାକୁ ଅଧିକାରୀଜଣକ କହିଛନ୍ତି। ଏହା କରିଲେ ବଟ୍ କାର୍ଯ୍ୟ କରାଯାଉଥିବାର ସନ୍ଦେହ ଉପୁଜିବ। ତେଣୁ ଏଭଳି ୟୁଜରଙ୍କୁ ଲଗ ଆଉଟ୍ କରିଦିଆଯାଉଛି ବୋଲି ସେ କହିଛନ୍ତି।
Follow Us