ବାମ ସରକାରଠାରୁ ଗାଈମାନେ ଭଲ କାମ କରିଛନ୍ତି: କେରଳ ବିଜେପି ମୁଖ୍ୟ

ବାମ ସରକାରଠାରୁ ଗାଈମାନେ ଭଲ କାମ କରିଛନ୍ତି: କେରଳ ବିଜେପି ମୁଖ୍ୟ

India Today

ନୂଆଦିଲ୍ଲୀ : ଫେବ୍ରୁଆରି ୧୪ ତାରିଖକୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବା ପାଇଁ ପ୍ରାଣୀ କଲ୍ୟାଣ ବୋର୍ଡ ଅନୁରୋଧ କରିଛି। ପ୍ରାଣୀ କଲ୍ୟାଣ ବୋର୍ଡର ଏହି ନିଷ୍ପତ୍ତିକୁ କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନ ସ୍ବାଗତ କରିଛନ୍ତି।

ସୁରେନ୍ଦ୍ରନ କହିଛନ୍ତି, ରାଜ୍ୟରେ ପିନାରାୟୀ ବିଜୟନଙ୍କ ନେତୃତ୍ବାଧୀନ ବାମ ସରକାର ଅପେକ୍ଷା ଗାଈଗୋରୁମାନେ ଅଧିକ ଭଲ କାମ କରିଛନ୍ତି। ମନ୍ତ୍ରୀମାନଙ୍କ ଠାରୁ ଗାଈମାନଙ୍କର କେରଳ ପ୍ରତି ଅଧିକ ଅବଦାନ ରହିଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ଭିତରେ ଗରିବ ଚାଷୀମାନେ ସେମାନଙ୍କ ଗାଈଗୋରୁଙ୍କ ମାଧ୍ୟମରେ ଜୀବିକା ନିର୍ବାହ ପାଇଁ ସଂଘର୍ଷ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe