ଭୁବନେଶ୍ବର: ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ସଂସ୍ଥା (ଏନ୍‌ଏସ୍‌ଜି) ଅଜିତ ଡୋଭାଲଙ୍କ ସମେତ ରାଜ୍ୟକୁ ବହୁ ଭିଭିଆଇପିଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

Advertisment

ଏହି ଖବର ପଢ଼ନ୍ତୁ: 'ସାବରମତୀ ରିପୋର୍ଟ' କରମୁକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୯ ତାରିଖ ଅପରାହ୍‌ଣରେ ଓଡ଼ିଶା ଗସ୍ତରେ ଆସିବେ। ସେ ପ୍ରଥମ ଥର ପାଇଁ ଓଡ଼ିଶାକୁ ୩ଦିନିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଜନସଭା, ରୋଡ୍‌ ସୋ’, ଡିଜିପି ସମ୍ମିଳନୀ, ଦଳୀୟ ନେତାଙ୍କୁ ଭେଟିବା ମୋଦୀଙ୍କ ପ୍ରମୁଖ କାର୍ଯ୍ୟକ୍ରମ ରହିଛି।

ଏହି ଖବର ପଢ଼ନ୍ତୁ: ୬ଟି ସ୍ଥାନରେ ଉଡ଼ିବନି ବିମାନ, ଡ୍ରୋନ୍

ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ କାଲିଠାରୁ ଆରମ୍ଭ ହେବ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଡିଜି ଓ ଆଇଜି ସମ୍ମିଳନୀ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଶେଷକରି ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକ ମନା। ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ମନା କରାଯାଇଛି।

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ

ପୁଲିସ କମିସନର ସୁରେଶ ‌ଦେବ ‌ଦତ୍ତ ସିଂହ କହିଛନ୍ତି, ୨୦୨୪ ନଭେମ୍ବର ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଭୁବନେଶ୍ବରରେ ଅଖିଳ ଭାରତୀୟ ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ ମହାନିରୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭିଆଇପି/ଭିଭିଆଇପିମାନଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ଜନସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ନିମନ୍ତେ ନିମ୍ନଲିଖିତ ରାସ୍ତାଗୁଡ଼ିକରେ କଟକଣା ଲାଗୁ କରାଯାଇଛି।

ଏହି ଖବର ପଢ଼ନ୍ତୁ: ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍

publive-image

ଶ୍ରୀ ଦତ୍ତ କହିଛନ୍ତି ଯେ, ଉପରୋକ୍ତ ଦିନ ଓ ସମୟରେ କୌଣସି ଯାନବାହନ ଏହି ରାସ୍ତାରେ ଯାତାୟତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ସେହି ରାସ୍ତାକୁ ଆସିପାରିବେ ନାହିଁ।