ଭୁବନେଶ୍ବର: ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ତାଙ୍କର ତିନିଦିନିଆ ଗସ୍ତ କାଳରେ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ ସରକାର ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜଧାନୀର ୫ଟି ସ୍ଥାନକୁ ନୋ ଫ୍ଳାଇଙ୍ଗ୍ ଜୋନ୍ ଏବଂ ନୋ ଡ୍ରୋନ୍ ଜୋନ୍ କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।
ଏହି ଖବର ପଢ଼ନ୍ତୁ: ଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ବାନମାନଙ୍କ ଭୂମି ହୋଇ ରହିଛି
କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, ବିଜୁ ପଟ୍ଟନାୟକ ବିମାନବନ୍ଦର ଅଞ୍ଚଳ, ଲୋକସେବା ଭବନ, ଚନ୍ଦ୍ରଶେଖରପୁରସ୍ଥିତ ଆଇପିଏସ୍ ମେସ୍, ମୈତ୍ରୀବିହାର ଅତିଥି ଭବନ ଓ ବିମାନବନ୍ଦର ଠାରୁ ରାଜଭବନ ଆକାଶରେ ବିମାନ ଓ ଡ୍ରୋନ୍ ଉଡ଼ିପାରିବ ନାହିଁ। ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବିଏସ୍ଏଫ୍, ସିଆରପିଏଫ୍ ଓ କ୍ୟୁଆରଟି ମୁତୟନ ହେବେ।ଏହି ସମସ୍ତ ଅଞ୍ଚଳ ସିସିଟିଭି ନଜରରେ ରହିବ। ପାଟ୍ରୋଲିଂ କଡ଼ାକଡ଼ି ହେବ।
ଏହି ଖବର ପଢ଼ନ୍ତୁ: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଭୁବନେଶ୍ବରରେ ରୋଡ୍ ସୋ’ କରିବେ। ଆସନ୍ତା ୨୯ ତାରିଖରେ ଏହି ଭବ୍ୟ ରୋଡ୍ ସୋ’ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ହେବ। ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ସୋସିଆଲ ମିଡିଆ-ଓଟିଟିର ଅଶ୍ଳୀଳ ବିଷୟବସ୍ତୁ
ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି ମନେମୋହନ ସାମଲଙ୍କ ସୂଚନା ଅନୁସାରେ ନଭେମ୍ବର ୨୯ ତାରିଖ ମଧ୍ୟାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବେ। ସେହି ଦିନ ଅପରାହ୍ନ ୪.୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ ଏହା ପରେ ବିମାନବନ୍ଦରରୁ ରାଜଭବନ ଯାଏଁ ରୋଡ଼ ସୋ’ ହେବ। ସେ ଦଳୀୟ କାର୍ଯ୍ୟାଳୟକୁ ଆସିବେ। ଏହି ଅମସରରେ ସେ ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ୨ ଘଂଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ କଥା ହେବେ। ପରେ ସେ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଯୋଗ ଦେବେ।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’