ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ରାଧାକ୍ରିଷ୍ଣନ୍

ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଷ୍ଟ୍ରପତି  ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

radhakrishnan

ମୁମ୍ବାଇ: ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଷ୍ଟ୍ରପତି  ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଅର୍ଥାତ୍ ଆଚାର୍ଯ୍ୟ ଦେବବ୍ରତ ଗୁଜରାଟର ଦାୟିତ୍ୱ ସହିତ ମହାରାଷ୍ଟ୍ରର ରାଜ୍ୟପାଳର ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ। ସିପି ରାଧାକୃଷ୍ଣନ ସେପ୍ଟେମ୍ବର ୧୨ ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତ ମଙ୍ଗଳବାର ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ୪୫୨ ଭୋଟ ପାଇଥିଲେ। ସେହିପରି ବିପକ୍ଷ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ୩୦୦ଟି ଭୋଟ ପାଇଥିଲେ । 

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟରଙ୍କ ସଂଖ୍ୟା ୭୮୮ । ତେବେ ୭ଟି ପଦବୀ ଖାଲି ଥିବାରୁ, ଭୋଟରଙ୍କ ପ୍ରଭାବୀ ସଂଖ୍ୟା ୭୮୧ ଥିଲା। ମଙ୍ଗଳବାର ଦିନ ହୋଇଥିବା ମତଦାନରେ ୭୬୮ ଜଣ ସାଂସଦ ସେମାନଙ୍କର ମତଦାନ ଦେଇଥିଲେ, ଯେତେବେଳେ କି ୧୩ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ। ଅନୁପସ୍ଥିତଙ୍କ ମଧ୍ୟରେ ଓଡ଼ିଶାର ବିଜେଡ଼ି ସାଂସଦମାନେ ଅନ୍ତର୍ଭୁକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe