ୱାୟାନାଡ୍‌ରେ ପ୍ରିୟଙ୍କାଙ୍କ ବିପକ୍ଷରେ ଲଢ଼ିବେ ସତ୍ୟନ ମୋକେରୀ

Advertisment

ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନ ଛାଡିବା ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି ।

ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନ ଛାଡିବା ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି ।

 IndiaToday

ୱାୟାନାଡ: ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନ ଛାଡିବା ପରେ ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି । ବାମମେଣ୍ଟ ତରଫରୁ ସିପିଆଇ ଏଠାରୁ ନିର୍ବାଚନ ଲଢିବ ଓ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । କେରଳ ସିପିଆଇର ଅଧ୍ୟକ୍ଷ ବିନୟ ବିଶ୍ୱମ ଏନେଇ ସୂଚନା ଦେଇଛନ୍ତି ।

ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ନିର୍ବାଚନୀ ରାଜନୀତିରେ ଭାଗ ନେବାକୁ ଯାଉଥିବା ବେଳେ ବାମଦଳର ଗଡ କୁହାଯାଉଥିବା କେରଳର ୱାୟନାଡ ଆସନ ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସତ୍ୟନ ମୋକେରୀଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଗୋଟିଏ ସମୟରେ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ହାରିଛନ୍ତି । ତେଣୁ ପ୍ରିୟଙ୍କାଙ୍କୁ ହରାଇବା କିଛି ବଡକଥା ନୁହେଁ ।

ଏହାସହ ସେ ୱାୟନାଡରେ ହୋଇଥିବା ଭୂସ୍ଖଳନ ବେଳେ ବାମଦଳ ଯେଭଳି ଭାବେ ପୀଡିତଙ୍କ ପାଖରେ ପହଂଚି ସେମାନଙ୍କୁ ସହାୟତା ଯୋଗାଇଥିଲା ତାକୁ ନେଇ ବିଜୟ ସୁନିଶ୍ଚିତ ବୋଲି ସତ୍ୟନ କହିଛନ୍ତି । ଯଦି ୨୦୨୪ ସାଧାରଣ ନିର୍ବାଚନକୁ ନଜର କରିବା ତେବେ ଏହି ଆସନରୁ ରାହୁଲ ଗାନ୍ଧୀ ପାଖାପାଖି ସାଢେ ତିନି ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ ।

ସିପିଆଇ ତରଫରୁ ଆନୀ ରାଜାଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେପଟେ କେରଳରେ ବିଜେପିର ଶକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୱାୟନାଡରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା କେ, ସୁରେନ୍ଦ୍ରନ ପାଖାପାଖି ଦେଢଲକ୍ଷ ଭୋଟ ହାତେଇଥିଲେ । ଚଳିତ ନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ ସେନେଇ ଦଳ ଘୋଷଣା କରିନାହିଁ । ବାମଦଳ ଓ ବିଜେପିକୁ ଟକ୍କର ଦେବା ପ୍ରିୟଙ୍କାଙ୍କ ପାଇଁ ଏତେଟା ସହଜ ନୁହେଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe