କହ୍ନେୟା କୁମାରଙ୍କୁ ସମର୍ଥନ କରି ଆରଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇବାକୁ ତେଜସ୍ୱୀ ଯାଦବଙ୍କୁ ନିବେଦନ କଲା ସିପିଆଇ

Advertisment
କହ୍ନେୟା କୁମାରଙ୍କୁ ସମର୍ଥନ କରି ଆରଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇବାକୁ ତେଜସ୍ୱୀ ଯାଦବଙ୍କୁ ନିବେଦନ କଲା ସିପିଆଇ

photo-navbharattimes

ପାଟନା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଆରଜେଡିର ତେଜସ୍ୱୀ ଯାଦବଙ୍କୁ ନିବେଦନ କରିଛି କି ସେ ବିଜେପିକୁ ପରାଜିତ କରିବା ଲାଗି ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ସମର୍ଥନ କରନ୍ତୁ ଏବଂ ଆରଜେଡି ପ୍ରାର୍ଥୀ ତନଭିର ହୁସେନ୍‌ଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇ ନିଅନ୍ତୁ।

ପାଟନାରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ସିପିଆଇ ସାଧାରଣ ସଂପାଦକ ସୁଧାକର ରେଡ୍ଡୀ କହିଛନ୍ତି ଯେ କହ୍ନେୟା କୁମାରଙ୍କୁ ସବୁ ଶ୍ରେଣୀର ଲୋକଙ୍କ ସମର୍ଥନ ମିଳୁଛି। ବେଗୁସରାୟ ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ କିଶୋରଙ୍କ ସହ କହ୍ନେୟା କୁମାରଙ୍କର ପ୍ରତ୍ୟକ୍ଷ ଲଢେଇ ହେଉଛି ଓ ଆରଜେଡି ପ୍ରାର୍ଥୀ ତନଭିର୍‌ ହୁସେନ୍‌ ଏଠାରେ ତିନି ନମ୍ବର ସ୍ଥାନରେ ରହିବେ ବୋଲି ଚେତାବନୀ ଦେଇଛନ୍ତି ସୁଧାକର ରେଡି।

publive-image photo-ndtv

ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବେଗୁସରାୟ ଆସନ ସିପିଆଇକୁ ଛାଡ଼ିବା ଲାଗି ଚାହୁଁଥିଲେ ବି, ପରେ ସାନ ପୁଅ ତେଜସ୍ୱୀ ଯାଦବଙ୍କ କଥାରେ ପଡ଼ିି ତନଭିରଙ୍କୁ ଟିକେଟ୍‌ ଦେଇଥିଲେ। ଏବେ ଦେଖିବା କଥା ଯେ ସିପିଆଇର ପରାମର୍ଶକୁ ତେଜସ୍ୱୀ ଯାଦବ ଗ୍ରହଣ କରୁଛନ୍ତି କି ନା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe