କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇ ‘ସିପିଆଇଏମ୍‌’ ନେତା ସୀତାରାମ ୟେଚୁରୀଙ୍କ ଜ୍ୟେଷ୍ଠପୁତ୍ର ମୃତ

Advertisment
କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇ ‘ସିପିଆଇଏମ୍‌’ ନେତା ସୀତାରାମ ୟେଚୁରୀଙ୍କ ଜ୍ୟେଷ୍ଠପୁତ୍ର ମୃତ

Image Courtesy of India Today

ନୂଆଦିଲ୍ଲୀ: ‘ସିପିଆଇ(ଏମ୍‌)’ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଜ୍ୟେଷ୍ଠପୁତ୍ର ଆଶିଷ ୟେଚୁରୀ କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇ ଗୁରୁବାର ସକାଳେ ମୃତ୍ୟୁବରଣ କରିଛନ୍ତି।

ଟୁଇଟ୍‌ କରି ସୀତାରାମ ୟେଚୁରୀ ଏହି ଦୁଃସମ୍ବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଅତି ଦୁଃଖର ସହ ଆପଣମାନଙ୍କୁ ଜଣାଇବାକୁ ପଡୁଛି ଯେ, କୋରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ମୋର ଜ୍ୟେଷ୍ଠପୁତ୍ର ଆଶିଷ ୟେଚୁରୀକୁ ଆଜି ସକାଳେ ହରାଇଲି। ଆମକୁ ଆଶା ଆଶ୍ୱାସନା ଦେଇଥିବା ଏବଂ  ତା’ର ଚିକିତ୍ସା କରିଥିବା ଡାକ୍ତର, ନର୍ସ, ପ୍ରତ୍ୟକ୍ଷ ସେବାକାରୀ ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀ ଏବଂ ଆମକୁ ସାହା ହୋଇଥିବା ଅନ୍ୟାନ୍ୟ ଅନେକଙ୍କୁ ଧନ୍ୟବାଦ ଜଣାଉଛି।

ତାଙ୍କ ପରିବାର ସହ ଘନିଷ୍ଠତା ଥିବା ବ୍ୟକ୍ତିବିଶେଷଙ୍କ କହିବା ଅନୁସାରେ, ଦୁଇ ସପ୍ତାହ ତଳେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ୩୫ ବର୍ଷୀୟ ଆଶିଷଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ନିକଟ ଅତୀତରେ ସେ ରୋଗ ମୁକ୍ତ ହୋଇ ଆସୁଥିଲେ। କିନ୍ତୁ, ଆଜି ଭୋର୍‌ ୫.୩୦ରେ ତାଙ୍କର ଦେହାନ୍ତ ହୋଇଗଲା। ତାଙ୍କର ପତ୍ନୀ ସ୍ୱାତୀ ଜୀବିତ ଅଛନ୍ତି।

ଏଭଳି ଦୁଃଖଦ ଘଟଣା ଜାଣିବା ପରେ ବିଭିନ୍ନ ଦଳର ନେତାମାନେ ଶୋକାତୁର ପରିବାର ପ୍ରତି ସମବେଦନା ଜଣାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe