ଜେଡିୟୁରେ ଫାଟ: ନୀତୀଶଙ୍କ ଘନିଷ୍ଠ ସହଯୋଗୀ କେସି ତ୍ୟାଗୀଙ୍କ ଇସ୍ତଫା

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ନିକଟତମ କୁହାଯାଉଥିବା କେସି ତ୍ୟାଗୀ ମୁଖପାତ୍ର ପଦ ଛାଡିଛନ୍ତି। ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ତାଙ୍କ ସ୍ଥାନରେ ଦଳର ଜାତୀୟ ମୁଖପାତ୍ର ଭାବେ ଘୋଷଣା କରିଛନ୍ତି।

Updated On

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ନିକଟତମ କୁହାଯାଉଥିବା କେସି ତ୍ୟାଗୀ ମୁଖପାତ୍ର ପଦ ଛାଡିଛନ୍ତି। ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ତାଙ୍କ ସ୍ଥାନରେ ଦଳର ଜାତୀୟ ମୁଖପାତ୍ର ଭାବେ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Nitish's close ally KC Tyagi resigns

ପାଟନା: ଜେଡିୟୁରେ କିଛି ଠିକ୍ ଚାଲି ନାହିଁ। ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ କୁହାଯାଉଥିବା କେସି ତ୍ୟାଗୀ ଜେଡିୟୁ ମୁଖପାତ୍ର ପଦ ଛାଡିଛନ୍ତି। ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ‌ନିଯୁକ୍ତ କରିଛନ୍ତି। ତାଙ୍କ ଇସ୍ତଫା ପତ୍ରରେ କେସି ତ୍ୟାଗୀ ମୁଖପାତ୍ର ପଦ ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ। କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳର ୩ ମାସ ପରେ କେସି ତ୍ୟାଗୀଙ୍କ ଇସ୍ତଫା ଆଶ୍ଚର୍ଯ୍ୟଜନକ ଥିବା ରାଜ୍ୟର ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।।

କମ୍ୟୁନିଷ୍ଟ ପାର୍ଟି ରାଜନୀତିରୁ ସମାଜବାଦି ପାର୍ଟିକୁ ଆସିଥିବା କେସି ତ୍ୟାଗୀ, ୧୯୭୭ରେ ମଧ୍ୟ ନୀତୀଶ କୁମାରଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲେ। ତାଙ୍କ ନାମ ୧୯୯୭ରଯୁବ ନେତାଙ୍କ ମଧ୍ୟରେ ଶରଦ ଯାଦବଙ୍କ ସହ ସମାନ୍ତରାଳ ଭାବରେ ସେ ଜଣେ ନେତା ଭାବେ କାର୍ଯ୍ୟ କରୁଥିଲେ। ଜରୁରୀକାଳୀନ ସମୟରେ ସେ ସ୍ୱର ଉତ୍ତୋଳନ କରିଥିଲେ।

ଅଧିକ ପଢ଼ନ୍ତୁ: ପାର୍ବଣଋତୁରେ ବିମାନ ଭଡ଼ା କମିବ! ଇନ୍ଧନ ଦରରେ ବଡ଼ ହ୍ରାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe