ପଶ୍ଚିମବଙ୍ଗ କଂଗ୍ରେସରେ ଫାଟ: ଖଡ୍‌ଗେଙ୍କ ପୋଷ୍ଟରରେ କାଳି ବୋଳିଲେ ଅସନ୍ତୁଷ୍ଟ କର୍ମୀ

Advertisment
ପଶ୍ଚିମବଙ୍ଗ କଂଗ୍ରେସରେ ଫାଟ: ଖଡ୍‌ଗେଙ୍କ ପୋଷ୍ଟରରେ କାଳି ବୋଳିଲେ ଅସନ୍ତୁଷ୍ଟ କର୍ମୀ

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ମୁଖ୍ୟ ତଥା ସିଏମ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ପରେ ଅଧିର ରଞ୍ଜନ ଚୌଧୁରୀଙ୍କୁ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ‌ଚେତାବନୀ ଦେଇଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ କଂ‌ଗ୍ରେସରେ ଫାଟ ସୃଷ୍ଟି ହୋଇଛି। କୋଲକାତାର ପାର୍ଟି କାର୍ଯ୍ୟାଳୟରେ ଅସନ୍ତୁଷ୍ଟ କର୍ମୀମାନେ ଖଡ୍‌ଗେଙ୍କ ପୋଷ୍ଟରରେ କାଳି ବୋଲି ଦେଇଛନ୍ତି।

ସୂଚନାନୁସାରେ, କୋଲକାତାର ବିଧାନ ଭବନ ସମ୍ମୁଖରେ ଥିବା ହୋର୍ଡିଂରେ କାଳି ବୋଳାଯାଇଛି। ତେବେ ପୋଷ୍ଟରରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି। କିନ୍ତୁ ତାଙ୍କ ଫଟୋରେ କଳା ବୋଳା ଯାଇନାହିଁ ।

ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ କଂଗ୍ରେସ କର୍ମୀମାନେ ପୋଷ୍ଟର ହଟାଇ ଦେଇଛନ୍ତି। ସୂଚନାଯୋଗ୍ୟ,ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଏକ ରାଲିରେ ସମ୍ବୋଧିତ କରି କହିଥିଲେ ଯଦି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ, ତେବେ ଟିଏମସି ବାହାରୁ ସରକାରଙ୍କୁ ସମର୍ଥନ କରିବେ। କଂଗ୍ରେସ ରାଜ୍ୟ ସଭାପତି ତଥା ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏହା ଉପରେ ମନ୍ତବ୍ୟ ଦେଇ କହିଥିଲେ ମମତାଙ୍କ କଥାକୁ ବିଶ୍ୱାସ କରାଯାଇପାରିବ ନାହିଁ। ସେ ଯେପରି ଭାବରେ ପଶ୍ଚିମବଙ୍ଗରେ କଂଗ୍ରେସଠାରୁ ପୃଥକ ଭାବରେ ନିର୍ବାଚନ ଲଢୁଛନ୍ତି। ଏଥିରୁ ଜଣାପଡୁଛି ସେ ବିଜେପିକୁ ମଧ୍ୟ ସମର୍ଥନ କରିପାରନ୍ତି।

ଅଧିର ରଞ୍ଜନଙ୍କ ବିବୃତ୍ତି ପରେ ଟିଏମସି ଏନେଇ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମଞ୍ଚର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଖଡ୍‌ଗେ କହିଥିଲେ ମମତା ଜୀ ଆମ ସହ ଅଛନ୍ତି। ଅଧିର ରଞ୍ଜନ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। କେବଳ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଯେଉଁମାନେ ଏହି ନିଷ୍ପତ୍ତିରେ ସହମତ ନୁହଁନ୍ତି ସେମାନେ ଦଳ ବାହାରକୁ ଯାଇପାରନ୍ତି।

ଖଡ୍‌ଗେଙ୍କ ବିବୃତ୍ତି ନେଇ ଅଧିର ରଞ୍ଜନ କହିଥିଲେ ପଶ୍ଚିମବଙ୍ଗରୁ କଂଗ୍ରେସକୁ ହଟାଇବାକୁ ଚାହୁଁଥିବା ଦଳ ସହ ଆମେ କିପରି ମିଳିତ ହୋଇ ରହିପାରିବା? ଏହା ହେଉଛି କଂଗ୍ରେସ କର୍ମୀଙ୍କ ଲଢ଼େଇ। ମମତା ଜୀଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ କିନ୍ତୁ ରାଜ୍ୟରେ ଏହିପରି ଭାବେ କଂଗ୍ରେସ ଦଳ ଶେଷ ହେଉଥିବା ମୁଁ ଦେଖିପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe