ପଞ୍ଜାବରେ ‘ଗନ୍‌ କଲ୍‌ଚର୍‌’ ଉପରେ ଚଢ଼ଉ ଜାରି: ରଦ୍ଦ କରାଗଲାଣି ୮୧୩ ଅସ୍ତ୍ରଶସ୍ତ୍ର ଲାଇସେନ୍‌ସ୍‌

Advertisment
ପଞ୍ଜାବରେ ‘ଗନ୍‌ କଲ୍‌ଚର୍‌’ ଉପରେ ଚଢ଼ଉ ଜାରି: ରଦ୍ଦ କରାଗଲାଣି ୮୧୩ ଅସ୍ତ୍ରଶସ୍ତ୍ର ଲାଇସେନ୍‌ସ୍‌

Image Courtesy of India Today

ଚଣ୍ଡୀଗଡ଼: ପଞ୍ଜାବରେ ‘ଗନ୍‌ କଲ୍‌ଚର୍‌’ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭଗୱନ୍ତ ମାନ୍‌ଙ୍କ ନେତୃତ୍ବାଧୀନ ସରକାର ୮୧୩ଜଣ ବ୍ୟକ୍ତିଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍‌ସ୍ ରଦ୍ଦ କରିଛନ୍ତି।

ରଦ୍ଦ କରାଯାଇଥିବା ଲାଇସେନ୍‌ସ୍‌ ଭିତରୁ ୮୭ଟି ହେଉଛି ଲୁଧିଆନାର ଗ୍ରାମୀଣ ଅଞ୍ଚଳର, ୪୮ଟି ସହିଦ ଭଗତ ସିଂହ ନଗରର, ୧୦ଟି ଗୁରୁଦାସପୁରର, ୮୪ଟି ଫରିଦକୋଟ୍‌ର, ୧୯୯ଟି ପଠାନକୋଟ୍‌ର, ୪୭ଟି ହୋସିଆର୍‌ପୁରର, ୬ଟି କପୁରତାଲାର, ୨୩୫ଟି ‘ଏସ୍‌ଏଏସ୍‌’ କସ୍‌ବାର ଏବଂ ୧୬ଟି ସଙ୍ଗ୍‌ରୁର୍‌ର ବୋଲି ଜଣାପଡ଼ିଛି।

ଏହାଛଡ଼ା, ଅମୃତସର କମିସନ୍‌ରେଟ୍‌ର ୨୭ଜଣ, ଜଳନ୍ଧର କମିସନ୍‌ରେଟ୍‌ର ୧୧ଜଣ ବ୍ୟକ୍ତିଙ୍କର ଏବଂ ଅନ୍ୟାନ୍ୟ କେତେକ ଜିଲ୍ଲାରେ ମଧ୍ୟ ଲୋକମାନଙ୍କର ଅସ୍ତ୍ରଶସ୍ତ୍ର ଲାଇସେନ୍‌ସ୍‌ ରଦ୍ଦ କରାଯାଇଛି।

publive-image Image Courtesy of NDTV

ସାଥିରେ ଅସ୍ତ୍ର ନେବା ଓ ସର୍ବସାଧାରଣ ଉତ୍ସବରେ, ଧର୍ମପୀଠରେ, ବାହାଘର ଅନୁଷ୍ଠାନରେ ଅସ୍ତ୍ର ପ୍ରଦର୍ଶନ କରାଯିବା ଉପରେ ନିଷେଧାଦେଶ ଜାରି କରାଯାଇନାହିଁ, କିନ୍ତୁ ବନ୍ଧୁକ ରଖିବା ଲାଗି କେତେକ ନିର୍ଦ୍ଦିଷ୍ଟ ନିୟମ ଅନୁସରଣ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର କହିଛନ୍ତି।

ଆଗାମୀ ଦିନମାନଙ୍କରେ ବି ପୁଲିସ ବିଭିନ୍ନ ଅଞ୍ଚଳରେ ଅଚାନକ ତଲାସ ଜାରି ରଖିବ ଏବଂ ରାଜ୍ୟରେ ଅସ୍ତ୍ରଶସ୍ତ୍ର ପ୍ରତିପତ୍ତି ଓ ହିଂସାକାଣ୍ଡ ସମ୍ପୂର୍ଣ୍ଣ ନିଷେଧ କରାଯିବ ବୋଲି ଶାସକ ‘ଆପ୍‌’ ସରକାର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe