ବିନା କୋଚିଂରେ ପ୍ରଥମ ଉଦ୍ୟମରେ ସଫଳ; ୨୨ ବର୍ଷ ବୟସରେ ହେଲେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ

ବିନା କୋଚିଂରେ ପ୍ରଥମ ଉଦ୍ୟମରେ ସଫଳ; ୨୨ ବର୍ଷ ବୟସରେ ହେଲେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ: ୟୁପିଏସ୍‌ସି ପରୀକ୍ଷାକୁ ସବୁଠାରୁ କଷ୍ଟ ପରୀକ୍ଷା ବୋଲି ବିବେଚନା କରାଯାଏ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଖୁବ୍ କଷ୍ଟ ହୋଇଥାଏ। ଲୋକମାନେ ଏହାର ପ୍ରସ୍ତୁତି ଏବଂ ସଫଳତା ହାସଲ କରିବାକୁ ବର୍ଷ ବର୍ଷ ସମୟ ନିଅନ୍ତି। କିନ୍ତୁ ରାଜସ୍ଥାନର ସ୍ବାତୀ ମିଣା ବିନା କୋଚିଂରେ କେବଳ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି ବରଂ ସର୍ବଭାରତୀୟ ସ୍ତରରେ ୨୬୦ତମ ରାଙ୍କ୍‌ରେ ରହିଛନ୍ତି। ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବେଳକୁ ତାଙ୍କୁ ମାତ୍ର ୨୨ବର୍ଷ ବୟସ ‌ହୋଇଥିଲା। ସେ ତାଙ୍କ ବ୍ୟାଚରେ ସର୍ବକନିଷ୍ଠ ଆଇଏଏସ୍ ଅଧିକାରୀ ଥିଲେ।

୧୯୮୪ ମସିହାରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ସ୍ବାତୀ ରାଜସ୍ଥାନରେ ହିଁ ନିଜର ଅଧ୍ୟୟନ ସମାପ୍ତ କରିଥିଲେ। ତାଙ୍କ ମା ସର୍ବଦା ଚାହୁଁଥିଲେ ଯେ ସେ ଜଣେ ଡାକ୍ତର ହୁଅନ୍ତୁ ବୋଲି। ସ୍ବାତୀ ବି ‌ପିଲାଟି ଦିନରୁ ମାଆଙ୍କ ସ୍ପପ୍ନ ସାକାର କରିବାକୁ ଭାବୁଥିଲେ। କିନ୍ତୁ ଯେତେବେଳେ ସେ ଅଷ୍ଟମ ଶ୍ରେଣୀରେ ଥିଲେ, ସେତେବେଳେ ତାଙ୍କର ଜଣେ ସମ୍ପର୍କୀୟ ଅଧିକାରୀଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେତେବେଳେ ସେ ବହୁତ ଖୁସି ହୋଇ ଯାଇଥିଲେ ଓ ଭବିଷ୍ୟତରେ ନିଜେ ଜଣେ ବଡ଼ ଅଧିକାରୀ ହେବାର ନିଷ୍ପତ୍ତି ନେଲେ। ସ୍ବାତୀଙ୍କ ବାପା ହେଉଛନ୍ତି ଜଣେ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ଏବଂ ତାଙ୍କ ମା ଏକ ପେଟ୍ରୋଲ ପମ୍ପ ଚଳାନ୍ତି। ସ୍ବାତୀଙ୍କୁ ଜଣେ ଭଲ ଅଧିକାରୀ କରାଇବାରେ ତାଙ୍କ ବାପାଙ୍କର ଅନେକ ହାତ ରହିଛି। ସେ ନିଜର ଗ୍ରାଜୁଏସନ୍‌ ପୂରା କରିବା ପରେ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

‌ଶେଷରେ ନିଜର କଠିନ ପରିଶ୍ରମ ପାଇଁ ସେ ୨୦୦୭ ମସିହାରେ ୟୁପିଏସ୍‌ସି ପରୀକ୍ଷା ଦେଇ ପ୍ରଥମ ପ୍ରୟାସରେ ସଫଳତା ପାଇଥିଲେ। ଆଜି ସେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଧିକାରୀ। ସେ ଜଣେ ନିର୍ଭୀକ ଅଧିକାରୀ ଭାବରେ ବେଶ୍‌ ଜଣାଶୁଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe