ୟୁପି ବିରୋଧୀ ମେଣ୍ଟରେ ଫାଟ: ମୁର୍ମୁଙ୍କ ସମର୍ଥନରେ ଶିବପାଲ, ରାଜଭର

Advertisment

ଅଖିଳେଶଙ୍କୁ ଅପାରଗ ଓ ଅପରିପକ୍ବ କହିଲେ ଶିବପାଲ

ଅଖିଳେଶଙ୍କୁ ଅପାରଗ ଓ ଅପରିପକ୍ବ କହିଲେ ଶିବପାଲ

ୟୁପି ବିରୋଧୀ ମେଣ୍ଟରେ ଫାଟ: ମୁର୍ମୁଙ୍କ ସମର୍ଥନରେ ଶିବପାଲ, ରାଜଭର

ଲକ୍ଷ୍ନୌ: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମା‌ନାର୍ଥେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସନ୍ଧ୍ୟାରେ ଏକ ନୈଶଭୋଜିର ଆୟୋଜନ କରିଥିଲେ। ସମାଜବାଦୀ ପାର୍ଟିର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଓମ୍ ପ୍ରକାଶ ରାଜଭର ଏଥିରେ ଯୋଗ ଦେବା ଘଟଣା ଉତ୍ତରପ୍ରଦେଶ ବିରୋଧୀ ମେଣ୍ଟରେ ଫାଟ ଦେଖାଦେବା ସମ୍ଭାବନାକୁ ଉଜାଗର କରିଛି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ କାକା ତଥା ଦଳର ବିଧାୟକ ଶିବପାଲ ଯାଦବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ନୈଶଭୋଜିରେ ଯୋଗ ଦେଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ଦିନକ ଆଗରୁ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ସମର୍ଥନରେ ଅଖିଳେଶ ଯାଦବ ଓ ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ମୁଖ୍ୟ ରାଜଭର ଯୋଗ ଦେଇ ନ ଥିଲେ। ତେବେ ତାଙ୍କୁ ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ଡକାଯାଇ ନ ଥିଲା ବୋଲି ରାଜଭର ଦାବି କରିଛନ୍ତି। ଶିବପାଲ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ କରିବା ସହ ରାଷ୍ଟ୍ରପତି ନିର୍ବାଚନ ନେଇ ଅଖିଳେଶଙ୍କ ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ପୁତୁରା ଅଖିଳେଶଙ୍କୁ ‘ଅପାରଗ’ ଓ ‘ଅପରିପକ୍ବ’ କହି ଶିବପାଲ ସମାଲୋଚନା କରିଛନ୍ତି। ଅଖିଳେଶଙ୍କ ‘ପିଲାଳିଆମି’ ଯୋଗୁ ଦଳ ଦୁର୍ବଳ ହୋଇପଡ଼ିଲା ବୋଲି ନୈଶଭୋଜିରେ ଯୋଗଦେବାର ଦିନକ ପରେ ଶିବପାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe