ଆନ୍ଧ୍ର ଡ୍ୟାମ୍‌ରେ ଫାଟ, ଲୋକେ ଭୟଭୀତ

Advertisment
ଆନ୍ଧ୍ର ଡ୍ୟାମ୍‌ରେ ଫାଟ, ଲୋକେ ଭୟଭୀତ

ତିରୁପତି : ଆନ୍ଧ୍ର ପ୍ରଦେଶର ମନ୍ଦିର ସହର ତିରୁପତିରେ ଗତ ୪ ଦିନ ହେଲା ବର୍ଷା ଓ ବନ୍ୟା ପାଣି ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି। କିନ୍ତୁ ଏହି ଜିଲ୍ଲାର ରାମଚନ୍ଦ୍ରପୁରମ୍‌ଠାରେ ଥିବା ରାଜ୍ୟର ସର୍ବବୃହତ୍ ଜଳଭଣ୍ଡାର ରାୟାଲା ଚେରୁବୁରର ବନ୍ଧରେ ଫାଟ ଦେଖାଦେଇଛି। ଏଥିରୁ ପାଣି ଝରୁଛି। ଯେକୌଣସି ସମୟରେ ଆଖପାଖ ଗ୍ରାମରେ ପାଣି ପଶିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଲୋକଙ୍କୁ ସତର୍କ କରିବାରେ ଲାଗିଛି। ଅତ୍ୟାବଶ୍ୟକ ଏବଂ ମୂଲ୍ୟବାନ ସାମଗ୍ରୀ, କାଗଜପତ୍ର ଆଦି ନେଇ ଉଚ୍ଚସ୍ଥାନକୁ ଯଥାଶୀଘ୍ର ପଳାଇବା ପାଇଁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଉଛି।

ଜିଲ୍ଲାପାଳ ହରି ନାରାୟଣ, ଜିଲ୍ଲା ପୁଲିସ, ରାଜସ୍ବ ଏବଂ ଜଳସେଚନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତଳିଆ ଅଞ୍ଚଳର ସବୁଗ୍ରାମରୁ ଲୋକଙ୍କୁ ଖାଲି କରିବା ପାଇଁ ପରାମର୍ଶ ଦେଇଛନ୍ତି। ଜଳଭଣ୍ଡାରରେ ୦.୯ ଟିଏମସିର ଜଳ ରହିଛି। ଜଳଭଣ୍ଡାର ଉପର ଦେଇ ଜଳ ପ୍ରବାହିତ ହେଉଛି। ବନ୍ଧ ଯେଭଳି ନଭାଙ୍ଗିବ ସେଥିପାଇଁ ଇଂଜିନିୟରଙ୍କ ପରାମର୍ଶ ପ୍ରଶାସନ ନେଉଛି। ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଗତକାଲି ସକାଳେ ରାଜ୍ୟର ବନ୍ୟାପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ଦେଖିଛନ୍ତି। ରାୟଲସୀମା ଅଞ୍ଚଳରେ ଦେଖାଦେଇଥିବା ଏହି ବନ୍ୟା ଯୋଗୁ ଅତିକମ୍‌ରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe