ଦେଶମୁଖ୍‌ଙ୍କ ପାଇଁ ସେନା-ଏନ୍‌ସିପି ସମ୍ପର୍କରେ ଫାଟ

Advertisment
ଦେଶମୁଖ୍‌ଙ୍କ ପାଇଁ ସେନା-ଏନ୍‌ସିପି ସମ୍ପର୍କରେ ଫାଟ

ମୁମ୍ବାଇ: ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶ୍‌ମୁଖ୍‌ଙ୍କ ବିରୋଧରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆସିବାପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। ଦେଶମୁଖଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଇସ୍ତଫା ଦାବି କରାଯାଇଛି। ତେବେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଦେଶମୁଖ୍‌ଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ଏନ୍‌ସିପି ରୋକ୍‌ଠୋକ୍‌ ଶୁଣାଇ ଦେଇଛି ଯେ, ଦେଶମୁଖ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବେନାହିଁ। ପାୱାର ସ୍ପଷ୍ଟ ଭାବେ ଦେଶମୁଖ୍‌ଙ୍କୁ ସମର୍ଥନ କରିଥିବାରୁ ଠାକ୍‌ରେ ଦେଶମୁଖ୍‌ଙ୍କ ଇସ୍ତଫା ପାଇଁ ସିଧାସଳଖ କିଛି ପଦକ୍ଷେପ ନେଇପାରୁ ନାହାନ୍ତି।

ଅନ୍ୟପକ୍ଷେ ଦେଶମୁଖ ପୂର୍ବପରି କ୍ୟାବି‌ନେଟ୍‌ରେ ରହିବା ଦ୍ବାରା ଏମ୍‌ଭିଏ ସରକାର ବିରୋଧରେ ସମାଲୋଚନା ଉଗ୍ର ରୂପ ନେବ ବୋଲି କୁହାଯାଉଛି । ଦେଶମୁଖ ଯଦି ଗୃହମନ୍ତ୍ରୀ ପଦରେ ରହନ୍ତି ତେବେ ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କୁ ତାଙ୍କ ନିଜ ମନ୍ତ୍ରୀମାନଙ୍କୁ ବୁଝାଇବା ସହଜ ହେବନାହିଁ। ଏବେ ଅନେକ ଶିବସେନା ନେତା ଦେଶମୁଖଙ୍କ ବିରୋଧରେ ଖୋଲା ବୟାନ ଦେଉଥିବାରୁ ଏହାକୁ ନେଇ ମଧ୍ୟ ଅଡ଼ୁଆ ବଢ଼ିଛି ଏବଂ ଏନ୍‌ସିପି ସହ ସଂପର୍କ ତିକ୍ତ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe