ସୁନୀତାଙ୍କୁ ମହାକାଶରୁ ଫେରାଇ ଆଣିବା ପାଇଁ କ୍ରୁ-୯ ଅଭିଯାନ ଆରମ୍ଭ

Advertisment

ମହାକାଶରେ ଦୀର୍ଘଦିନ ଧରି ଫସି ରହିଥିବା  ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲ୍‌ମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସାର କ୍ରୁ-୯ ଅଭିଯାନ ଆରମ୍ଭ ହୋଇଛି।

ମହାକାଶରେ ଦୀର୍ଘଦିନ ଧରି ଫସି ରହିଥିବା  ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲ୍‌ମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସାର କ୍ରୁ-୯ ଅଭିଯାନ ଆରମ୍ଭ ହୋଇଛି।

fdgjgdgjgjdjgd

ୱାସିଂଟନ: ମହାକାଶରେ ଦୀର୍ଘଦିନ ଧରି ଫସି ରହିଥିବା  ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲ୍‌ମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସାର କ୍ରୁ-୯ ଅଭିଯାନ ଆରମ୍ଭ ହୋଇଛି। ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଆଜି ରାତି ୧୦ଟା ୪୬ମିନିଟରେ ନାସାର  କ୍ରୁ-୯ ସଫଳତାର ସହ ଉତ୍‌‌କ୍ଷେପଣ ହୋଇଛି। ସୁନୀତାଙ୍କ ମୂଳ ମହାକାଶଯାନ ବୋଇଂ  ଷ୍ଟାରଲାଇନର୍‌ରେ ଯାନ୍ତ୍ରିକ ତ୍ରୁଟି  କାରଣରୁ ୨୦୨୪ ଜୁନ୍ ୬ରୁ  ସୁନୀତା ଓ ତାଙ୍କ ସହଯୋଗୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। 

କ୍ରୁ-୯ ମିସନରେ ନାସା ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷ୍‌ର ମହାକାଶଚାରୀ ଆଲେକ୍‌ଜାଣ୍ଡାର ଗୋର୍ବୁନୋଭ ଆଇଏସ୍‌ଏସ୍‌‌ରେ ପହଞ୍ଚି ସୁନୀତା ଓ ବ୍ୟାରିଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ। ଆଜି ଉତ୍‌କ୍ଷେପଣ ହୋଇଥିବା ମହାକାଶ ଯାନରେ  ୪ ଜଣଙ୍କ ପରିବର୍ତ୍ତେ ମାତ୍ର ୨ ଜଣ କ୍ରୁ ମେମ୍ବର ରହିଛନ୍ତି, କାରଣ ଅବଶିଷ୍ଟ ସିଟ୍ ୱିଲିୟମ୍ସ ଏବଂ ୱିଲ୍‌ମୋରଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ସଂରକ୍ଷିତ ରହିଛି। ଆସନ୍ତାକାଲି କ୍ରୁ ଡ୍ରାଗନ୍ ମହାକାଶଯାନ ଆଇଏସ୍ଏସ୍‌ରେ  ଅବତରଣ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଷ୍ଟାରଲାଇନର୍‌ କ୍ୟାପସୁଲରେ ବୈଷୟିକ ସମସ୍ୟା କାରଣରୁ  ଏକାଧିକ ଥର ହିଲିୟମ ଲିକ୍ ହୋଇଥିଲା ଏବଂ ଏହା ଥ୍ରଷ୍ଟର୍‌ ବିଫଳତାର ସମ୍ମୁଖୀନ ହୋଇଥିଲା। ଏହି କାରଣରୁ ଏଥିରେ ସୁନୀତା ଓ  ୱିଲ୍‌ମୋର ଫେରିନଥିଲେ।

କ୍ରୁ-୯ ଆସିବା ପୂର୍ବରୁ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ, ୱିଲିୟମ୍ସ ଏବଂ ୱିଲ୍‌ମୋରଙ୍କୁ ଆଇଏସ୍ଏସ୍‌ରେ ଥିବା କ୍ରୁ-୮ ଡ୍ରାଗନ୍ କ୍ୟାପସୁଲକୁ ତୁରନ୍ତ  ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଏକ ବିକଳ୍ପ ଯୋଜନା ରହିଛି।  ନାସାର ମହାକାଶ ଅପରେସନ ଶାଖାର ସହଯୋଗୀ ପ୍ରଶାସକ କେନ୍ ବୋଏର୍‌ସକ୍ସ ଏହି ସମ୍ପ୍ରସାରିତ ଅଭିଯାନ ସମୟରେ ମହାକାଶଚାରୀମାନେ ସମ୍ମୁଖୀନ ହୋଇଥିବା ଆହ୍ୱାନକୁ ସ୍ୱୀକାର କରିଛନ୍ତି, କିନ୍ତୁ ମହାକାଶରେ  ସେମାନଙ୍କ ଦକ୍ଷତା ଉପରେ ସେ ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe